ନୂଆଦିଲ୍ଲୀ ୦୧।୦୮; ଅଗଷ୍ଟ ମାସର ଆରମ୍ଭରୁ ସାଧାରଣ ଜନତାଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର । ଏଲପିଜି (LPG) ସିଲିଣ୍ଡର ଦରରେ ବଡ଼ ଧରଣର ହ୍ରାସ କରିଛନ୍ତି । ବିଶେଷ କରି ୧୯ କେଜି ବିଶିଷ୍ଟ କମର୍ସିଆଲ ବା ବାଣିଜ୍ୟିକ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଏହା ବଡ଼ ଖୁସିର ଖବର । ୧୯ କେଜିଆ କମର୍ସିଆଲ ସିଲିଣ୍ଡର ପିଛା ଦର ୨୦୯ ଟଙ୍କା ହ୍ରାସ ପାଇଛି ।