ତେବେ ବର୍ତ୍ତମାନ ଗୋପାଳପୁର ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାଷ୍ଟ୍ରପତି ରାତ୍ରିଯାପନ କରୁଛନ୍ତି। ବୁଧବାର ସକାଳେ ସେ ଭୁବନେଶ୍ବର ଫେରିବେ। ଏହି ପବିତ୍ର ଆଦିବାସୀ ଆସ୍ଥାକେନ୍ଦ୍ରକୁ ଗସ୍ତ କରିବାରେ ସେ ଦେଶର ପ୍ରଥମ କାର୍ଯ୍ୟରତ ରାଷ୍ଟ୍ରପତି ଭାବେ ସେ ଇତିହାସ ସୃଷ୍ଟି କରିଥିବା ବେଳେ ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ଲୋକମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି l ରାଷ୍ଟ୍ରପତିଙ୍କୁ ପାରମ୍ପରିକ ସାଂସ୍କୃତିକ ନାଚଗୀତରେ ଅଞ୍ଚଳବାସୀ ସ୍ଵାଗତ ଜଣାଇଥିବା ବେଳେ, ମାନ୍ୟବର ରାଷ୍ଟ୍ରପତିଙ୍କ ସ୍ୱାଗତ ଜଣାଇବା ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଆସିକା ସାଂସଦ ଓ ସାନଖେମୁଣ୍ଡି ବିଧାୟକ ମଧ୍ୟ ପହଞ୍ଚିଥିଲେ l ପଞ୍ଚମ ପଦ୍ମାବତୀ ଉତ୍ସବ ଅନୁଷ୍ଠିତ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ମୀରା ଦାସଙ୍କୁ କରାଗଲା ସମ୍ମାନିତ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ସ୍ଥାନିୟ ଅଞ୍ଚଳର ହାଜର ହାଜର ଲୋକ ଏକାଠି ହୋଇଥିଲେ l ସମସ୍ତଙ୍କ ମନରେ ଏକ ପ୍ରକାର ଉତ୍ସାହ ଓ ଉତ୍କଣ୍ଠା ଦେଖିବାକୁ ମିଳିଥିଲା l ଅପର ପକ୍ଷରେ ରାଷ୍ଟ୍ରପତି ମାଆ କନ୍ଧୁଣି ଦେବୀ ରେ ପୂଜାର୍ଚ୍ଚନା ସାରି ଫେରିବା ସମୟରେ ଆବାସିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ମହମହିମ୍ ରାଷ୍ଟ୍ରପତିଙ୍କୁ ଗୋଲାପ ଦେଇ ସ୍ବାଗତ କରିଥିବା ବେଳେ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଚକୋଲେଟ୍ ଦେବା ସହ ସେମାନଙ୍କ ସହ କଥା ହେଇ ସେମାନେ ଭବିଷ୍ୟତରେ କଣ ହେବେ କହି ପ୍ରଶ୍ନ ପଚାରିଥିଲେ l ରାଷ୍ଟ୍ରପତି ତପ୍ତପାଣି ଗ୍ରସ୍ତ କରି ଫେରିବା ପରେ ଅଞ୍ଚଳବାସୀମାନଙ୍କ ମନରେ ସ୍ଥାନୀୟ ଅଞ୍ଚଳ ବିକାଶ ହେବା ନେଇ ଏକ ଆଶା ଉଜ୍ଜୀବିତ ହୋଇଛି l ଆଗକୁ ଅଞ୍ଚଳର ବିକାଶ ହେବ ବୋଲି କହିଛନ୍ତି l