Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ମାଡ଼ିଆସୁଛି ସୁପର ଟାଇଫୁନ୍ 'ଡଲଫିନ୍', ଭୟଙ୍କର ରୂପ ଦେଖିବେ ୩ ଦେଶ

NEWS7 3 weeks ago
 ନୂଆଦିଲ୍ଲୀ: ମାଡ଼ିଆସୁଛି ଶକ୍ତିଶାଳୀ ଘୂର୍ଣ୍ଣିଝଡ଼। ଅଶାନ୍ତ ହେଲାଣି ସମୁଦ୍ର। ୨୮୦ କିମି ବେଗରେ ବହୁଛି ପବନ। ୧୯୯୯ ମହାବାତ୍ୟାଠୁ ବି ଭୟଙ୍କର। ସୁପର ଟାଇଫୁନ୍ ‘ଡଲଫିନ୍’ର ଭୟଙ୍କର ରୂପ ଦେଖିବେ ୩ ଦେଶ। ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ବଳ ଗୋଟାଇ ସୁପର ଟାଇଫୁନରେ ପରିଣତ ହୋଇଛି ‘ଡଲଫିନ୍’। ଏହି ଝଡ଼ ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ଟାଇଫୁନ୍ ହେବାକୁ ଯାଉଛି ବୋଲି ଆକଳନ କରିଛନ୍ତି ବିଶ୍ୱ ପାଣିପାଗ ବିଜ୍ଞାନୀ। ଆଗାମୀ ୪ ଦିନ ପର୍ଯ୍ୟନ୍ତ ସମୁଦ୍ରରେ ରହିବ ଡଲଫିନ୍। ଏହାର ଲ୍ୟାଣ୍ଡଫଲ କେଉଁଠି କରିବ, ତାହା ବି ବିଭିନ୍ନ ଆକଳନ କରାଯାଇଛି। ଡଲଫିନ ପରବର୍ତ୍ତୀ ଗତିପଥକୁ ଅନିଶ୍ଚିତତା ଲାଗି ରହିଛି । ଜାପାନ, ଦକ୍ଷିଣ କୋରିଆ କିମ୍ବା ପୂର୍ବ ଚୀନରେ ଏହା ସ୍ଥଳଭାଗ ଛୁଇଁ ପ୍ରଳୟ ରଚିପାରେ। ସୁପର ଟାଇଫୁନ୍ ଟୋକିଓରୁ ୨,୮୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଏହା କିଛି ସମୟ ପାଇଁ କାଟାଗୋରି-୫ରେ ଥିଲା। ଏବେ ଏହା କାଟାଗୋରୀ-୪ରେ ରହିଛି। ଚୀନ୍ ପାଣିପାଗ ବିଭାଗ ଅନୁଯାୟୀ, ଏହା ଚଳିତ ବର୍ଷର ସବୁଠାରୁ ଭୟଙ୍କର ଟାଇଫୁନ୍ ହୋଇପାରେ। ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି। AI ମଡେଲଗୁଡ଼ିକର ପୂର୍ବାନୁମାନ ଅନୁଯାୟୀ, ଏହା ପୂର୍ବ ଚୀନ୍ର ହାଙ୍ଗଝୌ ବେ ନିକଟରେ ଲ୍ୟାଣ୍ଡଫଲ୍ କରିପାରେ। ଆଗାମୀ ୩ ଦିନ ମଧ୍ୟରେ ଚୀନ୍ ପାଇଁ କୌଣସି ବିପଦ ସୃଷ୍ଟି କରିବ ନାହିଁ। ଜାପାନ, କୋରିଆନ୍ ଉପଦ୍ୱୀପ କିମ୍ବା ପୂର୍ବ ଚୀନ ଆଡକୁ ନେଇପାରେ। ସବୁଠୁ ବଡ଼ କଥା ହେଲା ଶୁକ୍ରବାର ସକାଳେ ଟାଇଫୁନ କିଛି ସମୟ ପାଇଁ ଦୁର୍ବଳ ହୋଇଗଲା ଏବଂ ଏବେ ପୁଣି ଶକ୍ତିଶାଳୀ ହେବାରେ ଲାଗିଛି। ଚୀନ୍ ପାଣିପାଗ ପ୍ଲାଟଫର୍ମ ୱେଦର ଚାଇନା ଅନୁସାରେ, ଯଦି ଡଲଫିନ୍ ତୀବ୍ରତର ହେବାକୁ ଲାଗି ରହେ, ତେବେ ଏହା ଚଳିତ ବର୍ଷ ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସବୁଠାରୁ ଶକ୍ତିଶାଳୀ ଟାଇଫୁନ୍ ହୋଇପାରେ। ଜୁଲାଇ ନିର୍ଧୁମ ଢାଳିଲା, ଅଗଷ୍ଟ ଓ ସେପ୍ଟେମ୍ବରରେ ଓଡ଼ିଶାରେ କମ ବର୍ଷା ସମ୍ଭାବନା ୱେଦର ଚାଇନାର ମୁଖ୍ୟ ପାଣିପାଗ ବିଶ୍ଳେଷକ ଜିନ୍ ଜିନ୍ କହିଛନ୍ତି ଏହା ଜାପାନ ଏବଂ ଦକ୍ଷିଣ କୋରିଆରୁ ପୂର୍ବ ଚୀନ୍ ପର୍ଯ୍ୟନ୍ତ ସମ୍ଭାବ୍ୟ ସ୍ଥଳଭାଗ ଛୁଇଁପାରେ। ପୂର୍ବ ଚୀନ୍ର ଝେଜିଆଙ୍ଗ ପ୍ରଦେଶର ହାଙ୍ଗଝୌ ବେ ନିକଟରେ ସ୍ଥଳଭାଗ ଛୁଇଁବା ଅଧିକ ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ସପ୍ତାହରେ ଚୀନରେ ପାଗ ବଦଳିବ। ପୂର୍ବ ଚୀନ୍ରେ ଅତ୍ୟନ୍ତ ଭାରୀ ବର୍ଷା ହୋଇପାରେ। ଟାଇଫୁନ୍ ଚୀନ୍ ଠାରୁ ବହୁତ ଦୂରରେ ଥିବା ବେଳେ, ଦେଶର ପୂର୍ବ ଅଂଶଗୁଡ଼ିକ ପ୍ରବଳ ଗ୍ରୀଷ୍ମ ତାପ ସହିତ ସଂଘର୍ଷ ଜାରି ରଖିଛନ୍ତି। ଚଳିତ ବର୍ଷ ଅଶାନ୍ତ ହୋଇପଡ଼ିଛି ପ୍ରଶାନ୍ତ ମହାସାଗର। ସୃଷ୍ଟି ହେଲାଣି ତିନି ତିନିଟା ସୁପର ଟାଇଫୁନ। ସିନଲାକୁ, ବାଭି ଓ ଡଲଫିନ୍। ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଉମାଶଙ୍କର ଦାସ ଟ୍ୱିଟ କରି ୬୬ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଅଗଷ୍ଟ ମାସ ପୂର୍ବରୁ ପ୍ରଶାନ୍ତ ମହାସାଗରରେ ୩୦୦ କି.ମି./ଘଣ୍ଟାରୁ ଅଧିକ ବେଗ ବିଶିଷ୍ଟ ତିନୋଟି ସୁପର ଟାଇଫୁନ୍ ସୃଷ୍ଟି ହୋଇଥିବା ସାଟେଲାଇଟ ଚିତ୍ର ସେୟାର କରିଛନ୍ତି। ଜୁଲାଇରେ ସୃଷ୍ଟି ହୋଇଥିବା ବାଭି ପ୍ରଳୟ ରଚିଥିବା ବେଳେ ଏବେ ଡଲଫିନର କୋପ କଣ ରହିବ, ଏହା ଉପରେ ବିଶ୍ୱ ପାଣିପାଗ ବିଜ୍ଞାନୀଙ୍କ ନଜର ରହିଛି। ମାଡ଼ିଆସୁଛି ଶକ୍ତିଶାଳୀ ଘୂର୍ଣ୍ଣିଝଡ଼। ଅଶାନ୍ତ ହେଲାଣି ସମୁଦ୍ର। ୨୮୦ କିମି ବେଗରେ ବହୁଛି ପବନ। ୧୯୯୯ ମହାବାତ୍ୟାଠୁ ବି ଭୟଙ୍କର। ସୁପର ଟାଇଫୁନ୍ ‘ଡଲଫିନ୍’ର ଭୟଙ୍କର ରୂପ ଦେଖିବେ ୩ ଦେଶ। ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ବଳ ଗୋଟାଇ ସୁପର ଟାଇଫୁନରେ ପରିଣତ ହୋଇଛି ‘ଡଲଫିନ୍’। ଏହି ଝଡ଼ ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ଟାଇଫୁନ୍ ହେବାକୁ ଯାଉଛି ବୋଲି ଆକଳନ କରିଛନ୍ତି ବିଶ୍ୱ ପାଣିପାଗ ବିଜ୍ଞାନୀ।
ଆଗାମୀ ୪ ଦିନ ପର୍ଯ୍ୟନ୍ତ ସମୁଦ୍ରରେ ରହିବ ଡଲଫିନ୍। ଏହାର ଲ୍ୟାଣ୍ଡଫଲ କେଉଁଠି କରିବ, ତାହା ବି ବିଭିନ୍ନ ଆକଳନ କରାଯାଇଛି। ଡଲଫିନ ପରବର୍ତ୍ତୀ ଗତିପଥକୁ ଅନିଶ୍ଚିତତା ଲାଗି ରହିଛି । ଜାପାନ, ଦକ୍ଷିଣ କୋରିଆ କିମ୍ବା ପୂର୍ବ ଚୀନ୍ରେ ଏହା ସ୍ଥଳଭାଗ ଛୁଇଁ ପ୍ରଳୟ ରଚିପାରେ।

ସୁପର ଟାଇଫୁନ୍ ଟୋକିଓରୁ ୨,୮୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ଏହା କିଛି ସମୟ ପାଇଁ କାଟାଗୋରି-୫ରେ ଥିଲା। ଏବେ ଏହା କାଟାଗୋରୀ-୪ରେ ରହିଛି। ଚୀନ୍ ପାଣିପାଗ ବିଭାଗ ଅନୁଯାୟୀ, ଏହା ଚଳିତ ବର୍ଷର ସବୁଠାରୁ ଭୟଙ୍କର ଟାଇଫୁନ୍ ହୋଇପାରେ।

ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି। AI ମଡେଲଗୁଡ଼ିକର ପୂର୍ବାନୁମାନ ଅନୁଯାୟୀ, ଏହା ପୂର୍ବ ଚୀନ୍ର ହାଙ୍ଗଝୌ ବେ ନିକଟରେ ଲ୍ୟାଣ୍ଡଫଲ୍ କରିପାରେ। ଆଗାମୀ ୩ ଦିନ ମଧ୍ୟରେ ଚୀନ୍ ପାଇଁ କୌଣସି ବିପଦ ସୃଷ୍ଟି କରିବ ନାହିଁ। ଜାପାନ, କୋରିଆନ୍ ଉପଦ୍ୱୀପ କିମ୍ବା ପୂର୍ବ ଚୀନ ଆଡକୁ ନେଇପାରେ।

ସବୁଠୁ ବଡ଼ କଥା ହେଲା ଶୁକ୍ରବାର ସକାଳେ ଟାଇଫୁନ କିଛି ସମୟ ପାଇଁ ଦୁର୍ବଳ ହୋଇଗଲା ଏବଂ ଏବେ ପୁଣି ଶକ୍ତିଶାଳୀ ହେବାରେ ଲାଗିଛି। ଚୀନ୍ ପାଣିପାଗ ପ୍ଲାଟଫର୍ମ ୱେଦର ଚାଇନା ଅନୁସାରେ, ଯଦି ଡଲଫିନ୍ ତୀବ୍ରତର ହେବାକୁ ଲାଗି ରହେ, ତେବେ ଏହା ଚଳିତ ବର୍ଷ ଉତ୍ତର-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସବୁଠାରୁ ଶକ୍ତିଶାଳୀ ଟାଇଫୁନ୍ ହୋଇପାରେ। ୱେଦର ଚାଇନାର ମୁଖ୍ୟ ପାଣିପାଗ ବିଶ୍ଳେଷକ ଜିନ୍ ଜିନ୍ କହିଛନ୍ତି ଏହା ଜାପାନ ଏବଂ ଦକ୍ଷିଣ କୋରିଆରୁ ପୂର୍ବ ଚୀନ୍ ପର୍ଯ୍ୟନ୍ତ ସମ୍ଭାବ୍ୟ ସ୍ଥଳଭାଗ ଛୁଇଁପାରେ। ପୂର୍ବ ଚୀନ୍ର ଝେଜିଆଙ୍ଗ ପ୍ରଦେଶର ହାଙ୍ଗଝୌ ବେ ନିକଟରେ ସ୍ଥଳଭାଗ ଛୁଇଁବା ଅଧିକ ସମ୍ଭାବନା ରହିଛି।

ଏହା ପ୍ରଭାବରେ ଆସନ୍ତା ସପ୍ତାହରେ ଚୀନରେ ପାଗ ବଦଳିବ। ପୂର୍ବ ଚୀନ୍ରେ ଅତ୍ୟନ୍ତ ଭାରୀ ବର୍ଷା ହୋଇପାରେ। ଟାଇଫୁନ୍ ଚୀନ୍ ଠାରୁ ବହୁତ ଦୂରରେ ଥିବା ବେଳେ, ଦେଶର ପୂର୍ବ ଅଂଶଗୁଡ଼ିକ ପ୍ରବଳ ଗ୍ରୀଷ୍ମ ତାପ ସହିତ ସଂଘର୍ଷ ଜାରି ରଖିଛନ୍ତି। ଚଳିତ ବର୍ଷ ଅଶାନ୍ତ ହୋଇପଡ଼ିଛି ପ୍ରଶାନ୍ତ ମହାସାଗର।

ସୃଷ୍ଟି ହେଲାଣି ତିନି ତିନିଟା ସୁପର ଟାଇଫୁନ। ସିନଲାକୁ, ବାଭି ଓ ଡଲଫିନ୍। ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଉମାଶଙ୍କର ଦାସ ଟ୍ୱିଟ କରି ୬୬ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଅଗଷ୍ଟ ମାସ ପୂର୍ବରୁ ପ୍ରଶାନ୍ତ ମହାସାଗରରେ ୩୦୦ କି.ମି./ଘଣ୍ଟାରୁ ଅଧିକ ବେଗ ବିଶିଷ୍ଟ ତିନୋଟି ସୁପର ଟାଇଫୁନ୍ ସୃଷ୍ଟି ହୋଇଥିବା ସାଟେଲାଇଟ ଚିତ୍ର ସେୟାର କରିଛନ୍ତି। ଜୁଲାଇରେ ସୃଷ୍ଟି ହୋଇଥିବା ବାଭି ପ୍ରଳୟ ରଚିଥିବା ବେଳେ ଏବେ ଡଲଫିନର କୋପ କଣ ରହିବ, ଏହା ଉପରେ ବିଶ୍ୱ ପାଣିପାଗ ବିଜ୍ଞାନୀଙ୍କ ନଜର ରହିଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7