ଜଗତସିଂହପୁର ୩୦।୦୫ : ମହିଳା ଓ୍ୱାସ୍ ରୁମ୍ରେ ହିଡେନ୍ କ୍ୟାମେରା ଲଗାଇବା ଘଟଣାରେ ଆକ୍ସନ ମୋଡ୍ରେ ଜଗତସିଂହପୁର ଜିଲ୍ଲାପାଳ । ରେଭିନ୍ୟୁ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖାକୁ ନିଲମ୍ବନ କଲେ ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଗୁରୁବାର ଦିନ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଡିଆରଡିଏ ଅଫିସର ଖେଳିଯାଇଥିଲା ଚାଞ୍ଚଲ୍ୟ ।ଶେଷରେ ସେହି ଅଫିସରେ କାମ କରୁଥିବା ରେଭିନ୍ୟୁ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖା କ୍ୟାମେରା ଲଗାଇଥିବା ଜଣାପଡିଥିଲା । ଗୋଟିଏ ପଟେ ପୋଲିସର ତଦନ୍ତ ଚାଲୁଥିବା ବେଳେ ଅନ୍ୟପଟେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ରେଭେନ୍ୟୁ କ୍ଲର୍କ ସଞ୍ଜୟକୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । ସେହିପରି ପୁରା ଘଟଣାର ତଦନ୍ତ ଏବେବି ଚାଲିଛି । କେବେଠୁ ଏହି କ୍ୟାମେରା ଲାଗିଥିଲା ? ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ? ସେନେଇ ତଦନ୍ତ କରୁଛି ଜଗତସିଂହପୁର ପୋଲିସ
