Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

Major Terror Plot Foiled in Delhi: ଦିଲ୍ଲୀରେ ହୋଇଥାନ୍ତା ବଡ଼଼ ଧରଣର ଆତଙ୍କବାଦୀ ଆକ୍ରମଣ: ୯ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

NEWS7 2 weeks ago
 ନୂଆଦିଲ୍ଲୀ: ଦେଶ ବର୍ତ୍ତମାନ ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ପାକିସ୍ତାନ ସୀମା ସେପଟୁ ଷଡ଼ଯନ୍ତ୍ର କରି ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଚେଷ୍ଟା ଚଳାଇଛି। ନୂଆଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍। ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ (ISI) ଏବଂ ମୁମ୍ବାଇ ଅଣ୍ଡରୱାର୍ଲ୍ଡର ଦାଉଦ ଇବ୍ରାହିମ (D-Company) ନେଟୱର୍କ ସହ ଜଡ଼ିତ ଏକ ବଡ଼ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରାଯାଇଛି।
ଏହି ମାମଲାରେ ସ୍ପେଶାଲ ସେଲ୍ ୯ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ବିପୁଳ ପରିମାଣର ମାରାତ୍ମକ ଅସ୍ତ୍ରଶସ୍ତ୍ର, ହ୍ୟାଣ୍ଡ ଗ୍ରେନେଡ୍ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। କ’ଣ ଥିଲା ଆତଙ୍କବାଦୀଙ୍କ ଯୋଜନା? ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ଯୋଜନା ଚାଲିଥିଲା।

ପାକିସ୍ତାନୀ ପ୍ରଶାସନ ଓ ଆଇଏସଆଇ ଦୀର୍ଘ ଦିନରୁ ଏହି ମଡ୍ୟୁଲ୍ ପ୍ରସ୍ତୁତ କରୁଥିଲେ। ଗିରଫ ହୋଇଥିବା ଆତଙ୍କବାଦୀମାନଙ୍କୁ ଦିଲ୍ଲୀର କିଛି ପ୍ରମୁଖ ସ୍ଥାନକୁ ଟାର୍ଗେଟ୍ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ଏମାନେ ରାଜଦାନୀର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠା, ସୁରକ୍ଷା କର୍ମୀ ଓ ସେନା ବାହିନୀ, ପ୍ରମୁଖ ଧାର୍ମିକ ସ୍ଥଳୀ ଉପରେ ଆଟାକ କରିବାକୁ ଏମାନେ ଷଡ଼ଯନ୍ତ୍ର ରଚିଥିଲେ। ନେପାଳ ଲିଙ୍କ୍ ଏବଂ ଅଣ୍ଡରୱାର୍ଲ୍ଡ ସହ ସମ୍ପର୍କ ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ହୋଇଥିବା ୯ ଜଣ ସଦସ୍ୟଙ୍କ ମଧ୍ୟରେ କିଛି ମୂଳ ନେପାଳୀ ବାସିନ୍ଦା ଅଛନ୍ତି, ଏମାନେ ଏହି ଆତଙ୍କବାଦୀ ନେଟୱର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ ବୋଲି ଜଣାପଡ଼ିଛି।

ଏମାନେ ସମସ୍ତେ ପାକିସ୍ତାନ ସମର୍ଥିତ ହ୍ୟାଣ୍ଡଲର ଏବଂ ମୁମ୍ବାଇ ଅଣ୍ଡରୱାର୍ଲ୍ଡ (ଦାଉଦ୍ ନେଟୱର୍କ)ର ସକ୍ରିୟ ଅପରେଟିଭ୍ମାନଙ୍କ ସହ ସ୍ପଷ୍ଟ ସମ୍ପର୍କରେ ଥିଲେ। ତେବେ ତା’ ପୂର୍ବରୁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ଏସବୁର ପର୍ଦ୍ଦାଫାସ କରିବା ସହିତ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗ୍ରେନେଡ୍ ଜବତ କରିଛି। ଫଳରେ ଦିଲ୍ଲୀ ଉପରୁ ଏକ ବଡ଼ ବିପଦ ଟଳିଯାଇଛି ବୋଲି ପୋଲିସ କହିଛି। Also read- ଅପରେସନ ୨.୦ ହେଲେ ପୂରା ପ୍ରସ୍ତୁତ ୩ ସେନା, ପାକିସ୍ତାନକୁ ଚେତାବନୀ ଦେଲେ ସେନା ମୁଖ୍ୟ ଦାଉଦ୍ ସହଯୋଗୀ ସଲିମ ଡୋଲା ଗିରଫର ପ୍ରଭାବ ଏହି ସଫଳତା ପଛରେ ନିକଟରେ ହୋଇଥିବା ଏକ ବଡ଼ ଆନ୍ତର୍ଜାତୀୟ କାର୍ଯ୍ୟାନୁଷ୍ଠାନର ସମ୍ପର୍କ ଥିବା ଜଣାପଡ଼ିଛି।

ମାସକ ତଳେ ଦାଉଦ ଇବ୍ରାହିମର ସବୁଠାରୁ ବିଶ୍ୱସ୍ତ ଏବଂ ଡି-କମ୍ପାନୀର ଡ୍ରଗ୍ସ ସାମ୍ରାଜ୍ୟ ବୁଝୁଥିବା ମୁଖ୍ୟ ସହଯୋଗୀ ମହମ୍ମଦ ସଲିମ ଡୋଲା (Mohammad Salim Dola) କୁ ତୁର୍କୀର ଇସ୍ତାନବୁଲରୁ ଗିରଫ କରି ଭାରତ ଅଣାଯାଇଥିଲା। ସଲିମ ଡୋଲାକୁ ଦିଲ୍ଲୀ କୋର୍ଟରେ ହାଜର କରାଯାଇ ମୁମ୍ବାଇର ଏକ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) କୁ ଦୁଇ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଦିଆଯାଇଥିଲା। ପୂର୍ବରୁ ମୁମ୍ବାଇର କୁର୍ଲା ଅଞ୍ଚଳରୁ ଗିରଫ ହୋଇଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ ଯେ ସେମାନେ ଡୋଲାର ନିର୍ଦ୍ଦେଶରେ କାମ କରୁଥିଲେ, ଯାହା ପରେ ୧୨୬ କିଲୋଗ୍ରାମ ମେଫେଡ୍ରୋନ (Mephedrone) ଏବଂ ୨୫.୨୨ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ସଲିମ ଡୋଲାର ଗିରଫଦାରୀ ପରେ ହିଁ ଦାଉଦ୍ର ହାୱାଲା କାରବାର ଏବଂ ସ୍ଲିପର ସେଲ୍ ଗୁଡ଼ିକ ବିଷୟରେ ଅନେକ ଗୁପ୍ତ ତଥ୍ୟ ପୋଲିସ ହାତରେ ଲାଗିଛି।

ଦିଲ୍ଲୀ ପୋଲିସର ବଡ଼ ପଦକ୍ଷେପ: କାଉଣ୍ଟର-ଟେରର୍ ୟୁନିଟ୍ (CTU) ଏହି ସିକ୍ୟୁରିଟି ଆଲର୍ଟ ଏବଂ ‘ଅପରେସନ୍ ସିନ୍ଦୂର’ (Operation Sindoor) ପରେ, ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା (Satish Golchha) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଦିଲ୍ଲୀର ପ୍ରତ୍ୟେକ ପୋଲିସ ଷ୍ଟେସନରେ ସ୍ୱତନ୍ତ୍ର କାଉଣ୍ଟର-ଟେରର୍ ୟୁନିଟ୍ (CTU) ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ୟୁନିଟ୍ ଗୁଡ଼ିକର ମୁଖ୍ୟ କାମ ହେବ: ସ୍ଥାନୀୟ ସ୍ତରରେ ଗୁପ୍ତ ସୂଚନା ସଂଗ୍ରହ କରିବା। ସନ୍ଦିଗ୍ଧ ଓ ରେଡିକାଲାଇଜ୍ଡ (ଉଗ୍ରପନ୍ଥୀ ଚିନ୍ତାଧାରା ସମ୍ପନ୍ନ) ବ୍ୟକ୍ତିଙ୍କ ଉପରେ ନଜର ରଖିବା।

ବାହାରୁ ଆସୁଥିବା ଅସ୍ଥାୟୀ ଜନସଂଖ୍ୟାର ଯାଞ୍ଚ କରିବା। ସ୍ଥାନୀୟ ଗ୍ୟାଙ୍ଗଷ୍ଟର ଏବଂ ହାୱାଲା ଅପରେଟରମାନଙ୍କ ଗତିବିଧିକୁ ଟ୍ରାକ୍ କରିବା। ବର୍ତ୍ତମାନ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗିରଫ ହୋଇଥିବା ଏହି ୯ ଜଣ ଆତଙ୍କବାଦୀଙ୍କ ପାଣ୍ଠି ସଂଗ୍ରହ (Funding), ନୂତନ ସଦସ୍ୟ ନିଯୁକ୍ତି ପ୍ରକ୍ରିୟା (Recruitment) ଏବଂ ସେମାନଙ୍କୁ ସ୍ଥାନୀୟ ସ୍ତରରେ କିଏ ସାହାଯ୍ୟ କରୁଥିଲେ (Local Facilitators), ସେ ନେଇ ଅଧିକ ଗଭୀର ତଦନ୍ତ ଜାରି ରଖିଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7