Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ମନାଲୀ- ମସୂରୀ ଠାରୁ ଜୋଶୀମଠ, ଟ୍ରାଫିକ୍ ଜାମ୍‌ରେ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ

NEWS7 1 week ago
 ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁ ପାହାଡ଼ୀ ରାସ୍ତାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମନାଲୀ, ମସୂରୀରୁ ଆରମ୍ଭ କରି ନୈନୀତାଲ ପର୍ଯ୍ୟନ୍ତ ରାସ୍ତାରେ ପ୍ରବଳ ଭିଡ଼ ଲାଗି ରହିଛି। ଜୋଶୀମଠରେ ତ’ ସ୍ଥିତି ଆହୁରି ସଙ୍ଗୀନ ରହିଛି । କାରଣ ଚଳିତ ବର୍ଷର ଚାରିଧାମ ଯାତ୍ରା ଆରମ୍ଭ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି, ଆଉ ଏହା ଉପରେ ସପ୍ତାହାନ୍ତ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଯୋଗୁ ସ୍ଥିତି ଗମ୍ଭୀର ହୋଇଛି।
ବିଷ୍ଣୁପ୍ରୟାଗ ପର୍ଯ୍ୟନ୍ତ ଗାଡ଼ିର ଲମ୍ବା ଲାଇନ ଲାଗିଛି। ସଂକୀର୍ଣ୍ଣ ରାସ୍ତା ସାଙ୍ଗକୁ ଯାତ୍ରୀଙ୍କ ପ୍ରବଳ ଭିଡ଼ ଯୋଗୁ ଗମନାଗମନ ଠପ୍ ହୋଇପଡ଼ିଛି। ଜୋଶୀମଠରେ ପ୍ରାୟ ୨୫- ୩୦ରୁ କିଲୋମିଟର ପର୍ଯ୍ୟନ୍ତ ଗାଡ଼ିର ଲମ୍ବା ଲାଇନ ଲାଗିଛି। ବିଷ୍ଣୁପ୍ରୟାଗରୁ ଜୋଶୀମଠ ଏବଂ ସେଠାରୁ ମାରଓ୍ବାଡ଼ୀ ପର୍ଯ୍ୟନ୍ତ ଅଞ୍ଚଳରେ ସ୍ଥିତି ସବୁଠୁ ଅଧିକ ଖରାପ ରହିଛି।

ସେହିଭଳି ବିଷ୍ଣୁପ୍ରୟାଗରୁ ୧୫ କିଲୋମିଟର ପର୍ଯ୍ୟନ୍ତ ପର୍ଯ୍ୟଟକ ଦୀର୍ଘ ଘଣ୍ଟାରୁ କାରରେ ହିଁ ଫସି ରହିଛନ୍ତି। ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକ ଟ୍ରାଫିକ୍ ଜାମରେ ଫସିଛନ୍ତି। ସେପେଟେ ଏଭଳି ଜାମ୍ ଯୋଗୁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ଅବଶ୍ୟ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରହିଛି।

The obsession with breaking records has successfully turned the fragile Himalayas into the world's longest PARKING LOT. Joshimath is currently choking under a massive 25-30 KM long traffic jam. From Vishnuprayag to 15 km beyond, tourists are stuck in their cars for hours. pic.twitter.com/eOMWH7cHgm — Himalayan Hindu (@himalayanhindu) May 30, 2026
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7