Dailyhunt

ମନମୋହନ ସାମଲଙ୍କ ବିସ୍ଫୋରକ ବୟାନ ; ମିଶନ ଉତ୍ତର ଓଡ଼ିଶା ନୁହେଁ ବରଂ ପୁରା ଓଡ଼ିଶା...

NEWS7 1 week ago
 ଭୁବନେଶ୍ୱର ୦୭।୦୪ : ମିଶନ ଉତ୍ତର ଓଡ଼ିଶା ନୁହେଁ, ବରଂ ପୁରା ଓଡ଼ିଶା ଆମର ଟାର୍ଗେଟ । ମଣ୍ଡଳ ଦମ୍ପତି ବିଜେପିରେ ମିଶିବେ କି ନାହିଁ । ତାହା ଭବିଷ୍ୟତରେ ଜଣାପଡିବ ବୋଲି ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମଣ୍ଡଳ ଦମ୍ପତି ସୋମବାର ବିଜେଡିରୁ ନିଲମ୍ବନ ହୋଇଛନ୍ତି ।
ଏହା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର । ଏହି ପ୍ରସଙ୍ଗରେ ମୋର କିଛି କହିବା ଅନୁଚିତ୍ । ବିଜେପିରେ ମିଶିବା ନେଇ ତାଙ୍କ ସହିତ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହୋଇନାହିଁ । ମଣ୍ଡଳ ଦମ୍ପତି ବିଜେପିରେ ମିଶିବେ କି ନାହିଁ ।

ତାହା ଭବିଷ୍ୟତରେ ହିଁ ଜଣାପଡିବ । ଯେଉଁମାନ ଆମ ଦଳରେ ମିଶିବା ପାଇଁ ଇଚ୍ଛା ପ୍ରକାଶ କରିବେ । ସେମାନଙ୍କୁ ଆମେ ସ୍ୱାଗତ କରିବୁ । ଭଲ ଏବଂ ଉଚିତ୍ କର୍ମକର୍ତ୍ତା ସମାଜ ପାଇଁ ଆବଶ୍ୟକ ରହିଛନ୍ତି ।ରାଜ୍ୟ ନେତୃତ୍ୱ ଏହି ପ୍ରସଙ୍ଗ ନେଇ କେନ୍ଦ୍ରକୁ ଲେଖିକି ଦେବ ।

ଦଳ ପାଇଁ କିଏ ଠିକ୍, କିଏ ଭୁଲ୍ କେନ୍ଦ୍ର କମିଟି ନିଷ୍ପତ୍ତି ନେବା ପରେ, ସେମାନଙ୍କୁ ସାମିଲ କରାଯିବ । ବିଜେପି ପ୍ରତି ଲୋକଙ୍କ ଆଗ୍ରହ ବଢୁଛି । ବିଜେପି ଶକ୍ତିଶାଳୀ ହେଉଛି । -କିଛି ଠିକ୍ ହେଉନି, ବାରମ୍ବାର ହାଇଦ୍ରାବାଦ ସହ ହେଉଛି ଅନ୍ୟାୟ : BCCIକୁ ଚିଠି ଲେଖିବ ଟିମ୍ ସେହିପରି ଦୀର୍ଘ ଦିନ ଧରି ଅନେକ ଦଳରେ ଶାସନ ଦେଖିଥିଲେ ।

ଏବେ ବିଜେପିର କାମ ଦେଖନ୍ତୁ । ବିଜେପିର ୨୨ ମାସର ସରକାର ଏବଂ ୧୨ ବର୍ଷର କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପକୁ ଲୋକେ ଦେଖୁଛନ୍ତି । ଲୋକମାନେ ଆଲୋଚନା, ପର୍ଯ୍ୟାଲୋଚନା ଏବଂ ସମୀକ୍ଷା କରୁଛନ୍ତି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀମାନେ ସରକାରଙ୍କ ନିକଟରେ ପହଞ୍ଚିଛନ୍ତି ।

ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ବି ରଖୁଛନ୍ତି । ଦଳ ନିର୍ବାଚନ ପୂର୍ବରୁ ଯାହା ସଂକଳ୍ପ ନେଇଥିଲେ, ତାହା ଏବେ ପୂରଣ କରୁଛି । ସେଥିପାଇଁ ଲୋକଙ୍କ ଆଗ୍ରହ ବଢୁଛି । ଲୋକଙ୍କ ଆର୍ଶୀବାଦ ହିଁ ବିଜେପିକୁ ଶକ୍ତିଶାଳୀ କରିବ । Watch Video:-
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7