Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ମଣିଷ- କୁମ୍ଭୀର ସଂଘର୍ଷ ରୋକିବାକୁ ବନ ବିଭାଗର ପଦକ୍ଷେପ, ହେଲ୍ପଲାଇନରେ ସୂଚନା ଦେବାକୁ ଅନୁରୋଧ

NEWS7 1 week ago
 ଭୁବନେଶ୍ୱର/କେନ୍ଦ୍ରାପଡ଼ା: ବର୍ଷା ଋତୁରେ ବ୍ରାହ୍ମଣୀ, ମହାନଦୀ ଏବଂ ବୈତରଣୀ ନଦୀ ପ୍ରଣାଳୀରେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି, ଲୁଣାଜଙ୍ଗଲ ବନଖଣ୍ଡ (ବନ୍ୟପ୍ରାଣୀ), ରାଜନଗର ବନ ବିଭାଗ ପକ୍ଷରୁ ଏକ ଜରୁରୀକାଳୀନ ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ନମ୍ବର ୯୯୩୮୯୧୪୧୦୧ ସକ୍ରିୟ କରାଯାଇଛି। ମଣିଷ-କୁମ୍ଭୀର ସଂଘର୍ଷର ବିପଦକୁ ହ୍ରାସ କରିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିପଦସଙ୍କୁଳ ଗ୍ରାମଗୁଡ଼ିକରେ 'ଘରକୁ ଘର ବୁଲି' (Door-to-Door) ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି।
ବନ୍ୟାଜଳ ବୃଦ୍ଧି ହେତୁ ନଦୀକୂଳିଆ ଅଞ୍ଚଳରୁ କୁମ୍ଭୀରମାନେ ଜନବସତି କିମ୍ବା ଲୋକମାନେ ବ୍ୟବହାର କରୁଥିବା ନଦୀଘାଟ ନିକଟକୁ ଚାଲି ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଜନସାଧାରଣଙ୍କ ସୁରକ୍ଷା ପାଇଁ ବନ ବିଭାଗର କ୍ଷେତ୍ର କର୍ମଚାରୀମାନେ ବନ୍ୟାପ୍ରବଣ ଗ୍ରାମଗୁଡ଼ିକ ପରିଦର୍ଶନ କରି କୁମ୍ଭୀର ସହିତ ସମ୍ଭାବ୍ୟ ମୁକାବିଲା ଏବଂ ଏଥିରୁ ରକ୍ଷା ପାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ବିଷୟରେ ଲୋକଙ୍କୁ ସଚେତନ କରାଯାଉଅଛି। ପୋଲିସ ବାବୁଙ୍କ ପାଇଁ କଡା ନିର୍ଦ୍ଦେଶ: ଥାନାରେ ଇଭି ଗାଡି ଚାର୍ଜିଂ ମନା, କ୍ୱାଟର୍ସକୁ ଯିବନି ଅଫିସ୍ ଲାଇନ ଜାରି ହେଲା ହେଲ୍ପଲାଇନ ନମ୍ବର ସଚେତନତା ଅଭିଯାନ ସମୟରେ ବାସିନ୍ଦାମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ବର୍ଷା ଋତୁରେ ଅତି ଆବଶ୍ୟକ ନଥିଲେ ନଦୀ, କେନାଲ କିମ୍ବା ନାଳ ମଧ୍ୟକୁ ପ୍ରବେଶ କରନ୍ତୁ ନାହିଁ। ପାଣି ସଂଗ୍ରହ, ମାଛ ଧରିବା କିମ୍ବା ଗାଧୋଇବା ସମୟରେ ବିଶେଷ ସତର୍କ ରହିବାକୁ କୁହାଯାଇଛି।

ଏହା ସହିତ ପିଲାମାନଙ୍କୁ ବୟସ୍କଙ୍କ ତତ୍ତ୍ୱାବଧାନ ବିନା ଜଳାଶୟ ନିକଟକୁ ନଛାଡ଼ିବା ଏବଂ କୁମ୍ଭୀର ପ୍ରବଣ ଅଞ୍ଚଳରେ ଗୃହପାଳିତ ପଶୁଙ୍କୁ ଚରାଇବା କିମ୍ବା ପାଣି ପିଆଇବା ସମୟରେ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଯଦି କୌଣସି ଆବାସିକ ଅଞ୍ଚଳ କିମ୍ବା ନିକଟବର୍ତ୍ତୀ ଜଳାଶୟରେ କୁମ୍ଭୀର ଦେଖାଯାଏ, ତେବେ ବନ ବିଭାଗ ତରଫରୁ ତ୍ଵରିତ ପଦକ୍ଷେପ ନିମନ୍ତେ ବନ ବିଭାଗର ହ୍ୱାଟ୍ସଆପ୍ ହେଲ୍ପଲାଇନ୍ (୯୯୩୮୯୧୪୧୦୧) ମାଧ୍ୟମରେ ସୂଚନା ଦେବାକୁ କୁହାଯାଇଛି। ବନ କର୍ମଚାରୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣରେ ଏହି ଅଭିଯାନ ଚାଲୁ ରହିଛି, ଯାହା ମଣିଷ ଓ କୁମ୍ଭୀରଙ୍କ ମଧ୍ୟରେ ସୁରକ୍ଷିତ ସହାବସ୍ଥାନକୁ ପ୍ରୋତ୍ସାହିତ କରିବ। ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସମସ୍ତ ବାସିନ୍ଦାଙ୍କୁ, ବିଶେଷକରି ନଦୀକୂଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମାନବ ଜୀବନ ଏବଂ ବନ୍ୟପ୍ରାଣୀ ଉଭୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବନ ବିଭାଗ ଦ୍ୱାରା ଜାରି ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଏବଂ ବନ କର୍ମଚାରୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7