ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟନାୟକ ଜିଲ୍ଲା ବୁଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ବିରୋଧୀ ଦଳ ନେତା ହିସାବରେ ନବୀନ ବାବୁ ଜିଲ୍ଲା ବୁଲିବା ଦରକାର । ମନମୋହନ କହିଛନ୍ତି ନବୀନ ବୁଲି ସମୀକ୍ଷା କଲେ ଜାଣିପାରିବେ । ଲୋକମାନେ କେମିତି ଅଛନ୍ତି ଓ ତାଙ୍କ ସରକାର କଣ କରିଛନ୍ତି ସେ ସବୁ ଜାଣିପାରିବେ ।Also Read...Naveen campaign: ଦଳ ଛାଡିଥିବା ନେତା ପୁଣି ବାହୁଡିବେ, ନବୀନ ଧରିବେ ବିଜେଡି ପ୍ରଚାର ମଙ୍ଗ ୨୪ ବର୍ଷ ତାଙ୍କ ସରକାର ଏବଂ ୧୫ ବର୍ଷ ଏକାକୀ ମୁଖ୍ୟମନ୍ତ୍ରୀ ଥିଲେ ସେ ବୁଲିଲେ ଦେଖିଲେ ସମୀକ୍ଷା କରିବେ । ଲୋକମାନେ କେମିତି ଅଛନ୍ତି ଓ ତାଙ୍କ ସରକାର କଣ କରିଛନ୍ତି ସେ ଜାଣିପାରିବେ । ତାଙ୍କର ଆହୁରି ଜ୍ଞାନ ଆହାରଣ କରିପାରିବେ ବୋଲି ଦିଲ୍ଲୀରୁ ଫେରି ପ୍ରତିକ୍ରିୟାରେ କହିଛନ୍ତି ମନମୋହନ ସାମଲ । ସୂଚନା ଥାଉକି, ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକ ।
ଅକ୍ଟୋବର ଓ ନଭେମ୍ବରରେ ନବୀନ ଜିଲ୍ଲା ବୁଲିବେ । ବିଧାୟକମାନଙ୍କ ସହ ବି ଏ ନେଇ ନବୀନ ଆଲୋଚନା କରିଛନ୍ତି । ଦଳ ଛାଡିଥିବା ନେତା ବି ଆଗକୁ ପୁଣି ଫେରିବେ । ସାଧାରଣ ନିର୍ବାଚନରେ ବିଜେଡି ଠାରୁ ଦୁରେଇ ଯାଇଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ହେଉଛି ।
ବିଜେଡି ସପକ୍ଷରେ ନିର୍ବାଚନ କେମିତି ଯିବ ସେନେଇ କାମ ଆରମ୍ଭ ହେଲାଣି । ଦଳୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ହାରିଥିବା ନେତା ମଧ୍ୟ କାମ ଆରମ୍ଭ କରିଦେଲେଣି । ପଞ୍ଚାୟତ ସ୍ତରରେ ଯେଉଁ ମାନେ ଦୁର୍ନୀତି କରିଛନ୍ତି। ଲୋଭ ଓ ଲାଭରେ ଅଛନ୍ତି ସେମାନେ ଦଳ ଛାଡୁଛନ୍ତି । ଯେଉଁମାନେ ଲୋକଙ୍କ ପାଇଁ କାମ କରୁଛନ୍ତି ସେମାନେ ଦଳ ସହିତ ଅଛନ୍ତି ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ବିଜେଡି ନେତା ।
