ଭୁବନେଶ୍ୱର: ଚଳିତ ବର୍ଷ କମ ହୋଇପାରେ ବର୍ଷା । ସ୍ୱାଭାବିକ ଠାରୁ ୬ ପ୍ରତିଶତ କମ ବର୍ଷା ହେବାକୁ ନେଇ ପୂର୍ବାନୁମାନ କରିଛି ବିଦେଶୀ ସଂସ୍ଥା ସ୍କାଇମେଟ । ସମଗ୍ର ଭାରତରେ ଏ ବର୍ଷ କମ ମୌସୁମୀ ବର୍ଷା ସମ୍ଭାବନା ରହିଛି । ତେବେ ଏଲ-ନିନୋର ପ୍ରଭାବ ଓଡିଶା ଉପରେ ପଡିନପାରେ ବୋଲି କହିଛନ୍ତି ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ ।ଏପଟେ କିନ୍ତୁ ସ୍କାଇମେଟର ଆକଳନ କହୁଛି ଏ ବର୍ଷ ୯୪ ପ୍ରତିଶତ ବର୍ଷା ସମଗ୍ର ଭାରତରେ ରେକର୍ଡ ହେବ । ବିଶେଷ କରି ଜୁନ ଜୁଲାଇରେ ବର୍ଷାର ମାତ୍ର କମ ରହିବ । Also Read...Weather Update: ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବ ଓଡ଼ିଶା, ୪ ଜିଲ୍ଲାକୁ ଆଲର୍ଟ କରାଇଲା ପାଣିପାଗ ବିଭାଗ ଏହା ପ୍ରଭାବ ଦେଶର ହରିୟାଣା, ପଞ୍ଜାବ, ରାଜସ୍ଥାନ ପରି ରାଜ୍ୟରେ ପଡିବା ଦମ୍ଭବନା ରହିଛି । ମୌସୁମୀ ବର୍ଷା ପାଇଁ ବିଭିନ୍ନ ଫ୍ୟାକ୍ଟର ରୁହେ ।
ଖରା, ପବନର ଦିଗ, ଲଘୁଚାପ । ତେଣୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀ ଜନିତ ପୂର୍ବାନୁମାନ ଏହାକୁ ସ୍ପଷ୍ଟ କରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଯଦି ବର୍ଷା କମ ହୁଏ ତେବେ ଚାଷୀଙ୍କ ପାଇଁ ଚିନ୍ତା ବଢିବ ବୋଲି ସେ କହିଛନ୍ତି । ଏବର୍ଷ ଖରା ଓ ତାର ପ୍ରକୋପ ମଧ୍ୟ ଅଧିକ ରହିବାକୁ ନେଇ ପୂର୍ବାନୁମାନ ହୋଇଛି ।
