ନୂଆଦିଲ୍ଲୀ: ଜିମ୍ବାୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ମିନିବସ୍ ଏବଂ ମାଲବାହୀ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ରାଜଧାନୀ ହରାରେଠାରୁ ପ୍ରାୟ ୧୪୦ କିଲୋମିଟର ଦୂର ଚିଭୁ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି। ଅନ୍ୟ ଏକ ଦେଶରେ ପଞ୍ଜୀକୃତ ଟ୍ରକ୍ ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍ କରୁଥିବା ସମୟରେ ବିପରୀତ ଦିଗରୁ ଶ୍ରଦ୍ଧାଳୁମାନଙ୍କୁ ନେଇ ଏକ ଧାର୍ମିକ ସମ୍ମିଳନୀକୁ ଯାଉଥିବା ମିନିବସ୍ ସହ ସିଧାସଳଖ ଧକ୍କା ହୋଇଥିଲା।