Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

MKCGରୁ ପ୍ରଶ୍ନପତ୍ର ଲିକ୍ ଘଟଣା, ପହଞ୍ଚିରେ ସ୍ୱାସ୍ଥ୍ୟ ବିଭାଗର ତିନି ଜଣିଆ ଟିମ୍

NEWS7 1 week ago
 ବ୍ରହ୍ମପୁର ୦୫।୦୮ : ସ୍ୱାସ୍ଥ୍ୟ ବିଭାଗର ଛାନ୍ଭିନ୍ । ବ୍ରହ୍ମପୁର ମେଡିକାଲ କଲେଜର ପିଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆରମ୍ଭ ହୋଇଛି ଛାନ୍ଭିନ୍ । ଏମକେସିଜି ମେଡିକାଲ କଲେଜରେ ପହଞ୍ଚିଲେ ସ୍ୱାସ୍ଥ୍ୟ ବିଭାଗର ତିନି ଜଣିଆ ଟିମ୍ । ଏହି ଟିମ୍ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ କୁମାର ମିଶ୍ର, ଅତିରିକ୍ତ ସଚିବ ବିଜୟ କୁମାର ଦାସ ଏବଂ ଯୁଗ୍ମ ଡିଏମଇଟି ଡାକ୍ତର ଅନିଲ କୁମାର ସାହୁ ଅଛନ୍ତି ।
ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ତଦନ୍ତରେ ମେଡିକାଲ କଲେଜର ଡିନ୍ଙ୍କ ସମେତ ଅନ୍ୟ କର୍ତ୍ତୃପକ୍ଷ ଉପସ୍ଥିତ ରହିଛନ୍ତି । ସବୁ ଦିଗକୁ ନେଇ ତନାଘନା କରୁଛନ୍ତି । ପୂର୍ବରୁ ଏମକେସିଜି ମେଡିକାଲ କଲେଜର ୫ ଜଣିଆ ଟିମ୍ ତଦନ୍ତ କରି ଡିନ୍ଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଡିନ୍ ଏହି ରିପୋର୍ଟକୁ OUHASକୁ ପ୍ରଦାନ କରିଛନ୍ତି । ଏସବୁ ଭିତରେ ସ୍ୱାସ୍ଥ୍ୟ ବିଭାଗର ତିନି ଜଣିଆ ଟିମ୍ MKCGରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରୁଛନ୍ତି । -ରେପୋ ରେଟରେ ପରିବର୍ତ୍ତନ କଲାନି RBI , ଲୋନ୍-EMI ଉପରେ ପଡି଼ବନି ପ୍ରଭାବ ! .
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7