Mojtaba Khamenei unconscious: ଆମେରିକା-ଇସ୍ରାଏଲ ଇରାନ ଉପରେ ଘନଘନ ଆକ୍ରମଣ ଜାରି ରଖିଥିବା ବେଳେ ଏହାର ସର୍ବୋଚ୍ଚ ନେତା ମୋଜତବା ଖାମେନି ଚେତାଶୂନ୍ୟ ଥିବା ଜଣାପଡ଼ିଛି। ଇରାନର କୋମ ହସ୍ପିଟାଲ୍ରେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ଏନେଇ ଟାଇମ୍ସ ଅଫ୍ ଇଣ୍ଡିଆ ଖବର ପ୍ରକାଶ କରିଛି। ବଡ଼ କଥା ହେଲା ମୋଜତାବା ମାସାଧିକ କାଳ ହେଲା ଆହତ ଅଛନ୍ତି।ମୋଜତବା ରାଷ୍ଟ୍ରର ମୁଖ୍ୟ ହେବା ପରେ ପ୍ରଥମ ଥର ପାଇଁ ତାଙ୍କ ଠିକଣା ପ୍ରକାଶ କରାଯାଇଛି। ସେ ବର୍ତ୍ତମାନ ତେହେରାନରୁ ୮୭ ମାଇଲ୍ସ ଦୂର ଦକ୍ଷିଣରେ କେନ୍ଦ୍ରୀୟ ସହରରେ ଚିକିତ୍ସିତ ହେଉଛନ୍ତି। ମେମୋରୁ ଜଣାପଡ଼ିଛି ଯେ,ଆମେରିକା ଏବଂ ଇସ୍ରାଏଲର ଗୁଇନ୍ଦା ସଂସ୍ଥାଗୁଡ଼ିକ ସର୍ବୋଚ୍ଚ ନେତାଙ୍କ ଠକଣା ଜାଣି ମଧ୍ୟସେମାନେ ପୂର୍ବରୁ ଏହାକୁ ସର୍ବସାଧାରଣରେ ପ୍ରକାଶ କରିନଥିଲେ। କୁଆଡ଼େ ଗଲେ ଖାମେନୀ?
ଅୟାତୋଲ୍ଲା ଅଲୀ ଖାମେନୀ ଓ ତାଙ୍କ ପୁଅ ମୋଜତବା ଖାମେନୀଙ୍କୁ ନେଇ ଅନେକ ସମୟରେ ନାନା ଖବର ପ୍ରକାଶ ପାଉଥିବା ବେଳେ ତାଙ୍କ ପ୍ରକୃତ ସୂଚନା ମିଳିପାରୁ ନାହିଁ। ଏହି ଗୁଇନ୍ଦା ରିପୋର୍ଟ ବି ସନ୍ଦେହରେ । କାରଣ ମୋଜତବା ଇରାନର ସର୍ବୋଚ୍ଚ ନେତା ଘୋଷଣା ହେବା ପରଠାରୁ ତାଙ୍କର କୌଣସି ପତ୍ତା ମିଳୁ ନାହିଁ। ଏମିତି ବି ଶୁଣିବାକୁ ମିଳୁଛି ଯେ ୫୬ ବର୍ଷୀୟ ମୋଜତବାଙ୍କର ସେହିଦିନ ହିଁ ମୃତ୍ୟୁ ହୋଇଥିଲା, ଯେଉଁଦିନ ତାଙ୍କ ବାପା ଅୟାତୋଲ୍ଲାଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା।
ଫ୍ରିଜ୍, ମୋବାଇଲ୍, ଟିଭି, ଟ୍ରେନ୍ ଭଳି ଶବ୍ଦ ଆଉ ବ୍ୟବହାର ହେବନି; ନୂଆ Word ଆଣିବେ ସରକାର ତେବେ ଇାରାନ କିନ୍ତୁ ମୋଜତବା ଜୀବିତ ଥିବା ନେଇ କହି ଆସୁଛି। ସେ ବର୍ତ୍ତମାନ ଦେଶ ଚଳାଉଛନ୍ତି। ପଶ୍ଚିମ ଏସିଆ ବିବାଦରେ ଦେଶର କାର୍ଯ୍ୟପନ୍ଥା ନିଷ୍ପତ୍ତି ନେବାରେ ଭୂମିକା ଗ୍ରହଣ କରୁଛନ୍ତି ବୋଲି ଇରାନୀ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।
