ନୂଆଦିଲ୍ଲୀ ୦୨।୦୮; ମସ୍କୋର ଏକ ରେଷ୍ଟୁରାଣ୍ଟରେ ବଡ଼ ବିସ୍ଫୋରଣ । ଏହି ଘଟଣାରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୧ ଜଣ ଆହତ ହୋଇଛନ୍ତି। କୁଡ୍ରିନସ୍କାୟା ସ୍କୋୟାରରେ ଥିବା ଏକ ଉଚ୍ଚ କୋଠାର ତଳ ମହଲାରେ ଅବସ୍ଥିତ ଏକ ରେଷ୍ଟୁରାଣ୍ଟରେ ଏହି ବିସ୍ଫୋରଣ ଘଟିଥିଲା। ରୁଷର ସରକାରୀ ଗଣମାଧ୍ୟମ ଏବଂ ମସ୍କୋ ପୋଲିସ ଘଟଣା ବିଷୟରେ ସ୍ପଷ୍ଟ କରିଛନ୍ତି।ଏହି ସମୟରେ, ଆହତ ୨୧ ଜଣ ବ୍ୟକ୍ତି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ରିପୋର୍ଟ ହୋଇଛି। ମସ୍କୋ ତଦନ୍ତକାରୀ କମିଟି ଅନୁଯାୟୀ, ତଦନ୍ତକାରୀ, ଫୋରେନସିକ୍ ବିଶେଷଜ୍ଞ ଏବଂ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହାସହ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିବା ଏବଂ ପୋଲିସ ସେଠାରେ ତଦନ୍ତ କରୁଛି । ସମଗ୍ର ଅଞ୍ଚଳକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରିଦିଆଯାଇଛି।
