Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

Mumbai on Red Alert: ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ମୁମ୍ବାଇରେ ରେଡ୍ ଆଲର୍ଟ, ମାୟାନଗରୀରେ ଜନଜୀବନ ଠପ୍

NEWS7 1 week ago
 ମହାରାଷ୍ଟ୍ର:ମହାରାଷ୍ଟ୍ରରେ ଗତ କିଛି ଦିନ ହେଲା ଜାରି ରହିଥିବା ବର୍ଷା ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ବସାଇ-ବିରାର୍, ମୁମ୍ବାଇ ଏବଂ ନଭି ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଯୋଗୁଁ ରାସ୍ତାଘାଟ ନଦୀର ରୂପ ଧାରଣ କରିଛି। ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସାଧାରଣ ଲୋକଙ୍କ ଚଳପ୍ରଚଳ ବାଧାପ୍ରାପ୍ତ ହୋଇଛି।
ମୁମ୍ବାଇରେ ଭାରୀ ବର୍ଷା ଜାରି ରହିଥିବାରୁ ପାଣିପାଗ ବିଭାଗ 'ରେଡ୍ ଆଲର୍ଟ' ଜାରି କରିଛି। ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମି ରହିବା ସହ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି। ରେଳ ଧାରଣାରେ ପାଣି ଜମିବା କାରଣରୁ ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବିଏମସି ପକ୍ଷରୁ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି।

ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି, ଯାହା ଫଳରେ ଯାନବାହନ ଚଳାଚଳ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ପାଣିପାଗ ବିଭାଗ ପକ୍ଷରୁ ଅନେକ ଜିଲ୍ଲା ପାଇଁ 'ରେଡ୍ ଆଲର୍ଟ' ଜାରି କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ଏବଂ ବିନା କାରଣରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ରାସ୍ତାରେ ଜମି ରହିଥିବା ପାଣି ଏବଂ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ପ୍ରଶାସନ ଅନାବଶ୍ୟକ ଯାତ୍ରା ନ କରିବାକୁ ସର୍ବସାଧାରଣଙ୍କୁ ନିବେଦନ କରିଛି।

ବିଭିନ୍ନ ଅଞ୍ଚଳରେ ଉଦ୍ଧାରକାରୀ ଦଳଙ୍କୁ ପ୍ରସ୍ତୁତ ରଖାଯାଇଛି ଯାହାଦ୍ୱାରା ଜରୁରୀକାଳୀନ ସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରାଯାଇପାରିବ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ କିଛି ଦିନ ମଧ୍ୟ ମହାରାଷ୍ଟ୍ରର ଅନେକ ଭାଗରେ ବର୍ଷା ଜାରି ରହିପାରେ। ତେଣୁ ନିଜର ସୁରକ୍ଷା ପ୍ରତି ସତର୍କ ରହିବା ଏବଂ ସରକାରୀ ଗାଇଡଲାଇନକୁ ମାନି ଚଳିବା ଗୁରୁତ୍ୱପୂର୍ଣ୍ଣ। ଦେଶର ବିଭିନ୍ନ ଭାଗରେ ମୌସୁମୀ ସକ୍ରିୟ ହୋଇଉଠିଛି।

ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ଆଜି ଦିଲ୍ଲୀ-NCR ସମେତ ଅନେକ ରାଜ୍ୟରେ ପାଗ ମିଜାଜ କିଛି ଏହିପରି ରହିବ। ଦିଲ୍ଲୀରେ ଆଜି ଆକାଶ ମେଘୁଆ ରହିବ। ଦ୍ୱିପହର ପୂର୍ବରୁ ହାଲୁକା ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିବାର ଆଶଙ୍କା ରହିଛି। ଏହି ସମୟରେ ଘଣ୍ଟାକୁ ୩୦-୪୦ କିମି ବେଗରେ ପବନ ବହିପାରେ।

ସର୍ବାଧିକ ତାପମାତ୍ରା ୩୨°C ରୁ ୩୪°C ଏବଂ ସର୍ବନିମ୍ନ ତାପମାତ୍ରା ୨୭°C ରୁ ୨୯°C ମଧ୍ୟରେ ରହିବାର ଅନୁମାନ କରାଯାଇଛି। ସୋମବାର ଦିନ ମଧ୍ୟ ଦିଲ୍ଲୀର ଅନେକ ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଗୁଜୁରାଟ, ମଧ୍ୟ ମହାରାଷ୍ଟ୍ର, ସୌରାଷ୍ଟ୍ର ଏବଂଓଡ଼ିଶାରେକିଛି ସ୍ଥାନରେ ଭାରୀରୁ ଅତି ଭାରୀ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପଶ୍ଚିମ ବଙ୍ଗ ଏବଂ କେରଳରେ ମଧ୍ୟ ବର୍ଷା ସମ୍ବନ୍ଧୀୟ ଆଲର୍ଟ ଜାରି କରାଯାଇଛି। ଲଗାଣ ବର୍ଷା କାରଣରୁ ପଶ୍ଚିମ ରେଳବାଇ ସେବା ପ୍ରଭାବିତ ହୋଇଥିବା ବେଳେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ଜରୁରୀ କାମ ନଥିଲେ ବାହାରକୁ ନ ବାହାରିବା ଉଚିତ୍।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7