Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ନେପାଳରୁ ଭାସି ଆସୁଛି ସାମଗ୍ରୀ, ଆଣିବାକୁ ଲୋକଙ୍କ ଭିଡ଼

NEWS7 3 weeks ago
 ନୂଆଦିଲ୍ଲୀ: ନେପାଳରେ ଆସିଥିବା ଜଳ ପ୍ରଳୟରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଏବେବି ହଜାର ହଜାର ଲୋକ ଫସିଥିବା ଆଶଙ୍କା କରାଯାଉଛି। ହେଲେ ଏହି ବିପଦ ସମୟରେ ବି ସୁଯୋଗ ଖୋଜୁଛନ୍ତି ଲୋକେ। ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଏବେ ବିହାରର ଗଣ୍ଡକ ନଦୀ କୂଳରେ ରହୁଥିବା ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି। ବଡ଼ କଥା ହେଲା ନିଜ ଜୀବନକୁ ବାଜି ଲଗାଇ ସ୍ଥାନୀୟ ବାସିନ୍ଦା ଉଛୁଳା ନଦୀ ଗର୍ଭରେ ପଶୁଛନ୍ତି।
ଆଉ ଏଭଳି କରିବାର କାରଣ ହେଉଛି ନେପାଳରୁ ଭାସି ଆସୁଥିବା କାଠ, ଗ୍ୟାସ ସିଲିଣ୍ଡର ଏବଂ ବିଭିନ୍ନ ଗୃହୋପକରଣ ସାମଗ୍ରୀ ସଂଗ୍ରହ କରିବା ପାଇଁ ଏହି ଉପକୂଳବର୍ତ୍ତୀ ଅଞ୍ଚଳରେ ଏବେ ପ୍ରତିଯୋଗିତା ଚାଲିଛି। ରିପୋର୍ଟ ଅନୁସାରେ, ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବାଲ୍ମୀକିନଗର, ବଗହା ଏବଂ ମଧୁବନୀ ଭଳି ଅଞ୍ଚଳରେ ଗୁରୁବାର ସକାଳୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଲୋକେ ଟ୍ୟୁବ୍ ଏବଂ ଛୋଟ ଡଙ୍ଗା ସାହାଯ୍ୟରେ ନଦୀ ମଝିକୁ ଯାଇ ଭାସି ଆସୁଥିବା ସାମଗ୍ରୀ କୂଳକୁ ଆଣୁଛନ୍ତି। କିଛି ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ, ବିଭିନ୍ନ ଘାଟରୁ ଏପର୍ଯ୍ୟନ୍ତ ପ୍ରାୟ ୧୦୦ରୁ ଅଧିକ ଏଲପିଜି ଗ୍ୟାସ ସିଲିଣ୍ଡର ଉଦ୍ଧାର କରାଯାଇ ସାରିଲାଣି।

ଏହି ସାମଗ୍ରୀଗୁଡ଼ିକୁ ଲୋକେ ନିଜ ଘରୋଇ ବ୍ୟବହାରରେ ଲଗାଉଛନ୍ତି କିମ୍ବା ବଜାରରେ ବିକ୍ରି କରି ଦେଉଛନ୍ତି। ତିବ୍ଦତ ସୀମାରେ ଅଟକି ରହିଛନ୍ତି DRDOର ପୂର୍ବତନ ମୁଖ୍ୟ ସତୀଶ ରେଡ୍ଡୀ ଓ ତାଙ୍କ ପତ୍ନୀ, ସାଙ୍ଗରେ ଥିବା ୩୧ ଯାତ୍ରୀ ମଧ୍ୟ ସୁରକ୍ଷିତ ଅବଶ୍ୟ ଏଭଳି ଦୁଃସାହସିକ କାର୍ଯ୍ୟ ଯୋଗୁ କୌଣସି ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଦେଖାଦେଇଛି। ଏଥିପାଇଁ ସତର୍କତା ଦୃଷ୍ଟିରୁ ସ୍ଥାନୀୟ ଏସଡିଏମ ଚାନ୍ଦନୀ କୁମାରୀ ଜନସାଧାରଣଙ୍କୁ ନଦୀ କୂଳକୁ ନଯିବା ପାଇଁ ସତର୍କ କରାଇ ଦେଇଛନ୍ତି। ବିନା କାରଣରେ ନଦୀକୁ ଓହ୍ଲାଉଥିବା ଲୋକଙ୍କୁ ଚିହ୍ନଟ କରାଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ନଦୀର ଜଳସ୍ତର ସ୍ୱାଭାବିକ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ପୋଲିସ ଓ ପ୍ରଶାସନିକ ଟିମ୍ ସମ୍ପୂର୍ଣ୍ଣ ଆଲର୍ଟ ଅଛନ୍ତି ଏବଂ ଲୋକଙ୍କୁ ବାରଣ କରାଯାଉଛି। ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7