Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ନିଶାମୁକ୍ତ ଜୋନ୍ ନେଇ ସବୁ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ, ଆସନ୍ତା ୧୫ ସୁଦ୍ଧା ଦେବାକୁ ପଡ଼ିବ ରିପୋର୍ଟ

NEWS7 3 months ago
 ଭୁବନେଶ୍ୱର ୨।୭: ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ପରିସରକୁ ନିଶାମୁକ୍ତ ଅଞ୍ଚଳରେ ପରିଣତ କରିବାକୁ ଉଚ୍ଚଶିକ୍ଷା ବିଭାଗ କଡ଼ା ପଦକ୍ଷେପ ନେଇଛି । ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିସର ମଧ୍ୟରେ ମଦ, ତମାଖୁ, ମାଦକ ଦ୍ରବ୍ୟ, ସାଇକୋଟ୍ରୋପିକ୍ ପଦାର୍ଥ କିମ୍ବା ଅନ୍ୟ କୌଣସି ନିଶାଦ୍ରବ୍ୟର ବିକ୍ରୟ କେନ୍ଦ୍ର ଚାଲୁ ନଥିବା ସୁନିଶ୍ଚିତ କରିବା ସହ ଏହାର ସରଜମିନ ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
National Narcotics Coordination (NCORD)ର ନିର୍ଦ୍ଦେଶାବଳୀ ଏବଂ ସୁରକ୍ଷିତ, ସୁସ୍ଥ ଓ ନିଶାମୁକ୍ତ ଶିକ୍ଷା ପରିବେଶ ସୃଷ୍ଟି ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏଥିପାଇଁ ସମସ୍ତ କଲେଜକୁ ୫୦୦ ମିଟର ପରିସରର ଯାଞ୍ଚ କରି ନିର୍ଦ୍ଧାରିତ ତଥ୍ୟ ଏଚ୍ଆଇଏମ୍ଏସ୍ (HIMS) ପୋର୍ଟାଲରେ ଆସନ୍ତା ୧୫ ଜୁଲାଇ ସୁଦ୍ଧା ଅପଲୋଡ୍ କରିବାକୁ କୁହାଯାଇଛି । - ଚିଟ୍ଫଣ୍ଡ ମାମଲାରେ ପ୍ରଭାତ ବିଶ୍ବାଳ ନିରାଶ, ସିବିଆଇ ମାମଲା ରଦ୍ଦ ସମ୍ପର୍କିତ ଆବେଦନ ହାଇକୋର୍ଟରେ ଅଗ୍ରାହ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଫର୍ମାଟ୍ରେ କଲେଜ ପରିସରର ୫୦୦ ମିଟର ମଧ୍ୟରେ ମଦ ଦୋକାନ କିମ୍ବା ତମାଖୁଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ରହିଛି କି ନାହିଁ, ଅବୈଧ ମାଦକ ଦ୍ରବ୍ୟ କାରବାର କିମ୍ବା ବ୍ୟବହାର ଚିହ୍ନଟ ହୋଇଛି କି ନାହିଁ, ଯଦି ହୋଇଥାଏ ତେବେ ସମ୍ପୃକ୍ତ ଦୋକାନ କିମ୍ବା ସ୍ଥାନର ନାମ ଓ ଅବସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି । ଉଚ୍ଚଶିକ୍ଷା ବିଭାଗ ଏହି ନିର୍ଦ୍ଦେଶ ପାଳନ ସୁନିଶ୍ଚିତ କରିବାକୁ ସମସ୍ତ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ମଧ୍ୟ ନିର୍ଦ୍ଦେଶ ଜାରି କରିଛି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7