ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ଏବଂ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏବେ ଭାରତରେ ଇ-ଭେଇକିଲ୍ର ଚାହିଦା ବଢ଼ୂଛି । ଏହି ରେସରେ ପ୍ରତିଷ୍ଠିତ ଗାଡ଼ି ନିର୍ମାତା ହୋଣ୍ଡା ମଧ୍ୟ ପଛରେ ନାହିଁ । ହୋଣ୍ଡା କମ୍ପାନୀ ନିଜର ନୂଆ ଇଲେକ୍ଟ୍ରିକ୍ ସ୍କୁଟର 'Honda QC3' ଲଞ୍ଚ କରିବାକୁ ଯାଉଛି। ଏହି ସ୍କୁଟର ନିୟମିତ ଯାତାୟାତ (daily commute) କରୁଥିବା ଗ୍ରାହକମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି।ଦୈନନ୍ଦିନ ବ୍ୟବହାରକୁ ସହଜ ଓ ସୁରକ୍ଷିତ କରିବା ପାଇଁ ଏଥିରେ ସ୍ମାର୍ଟ-କି ସିଷ୍ଟମ୍ ମିଳିବ। ଏହି ସ୍କୁଟର Honda RoadSync କନେକ୍ଟିଭିଟି ସହ ଆସୁଛି। ଏଥିରେ 'ଟର୍ନ୍-ବାଏ-ଟର୍ନ୍' ନେଭିଗେସନର ସୁବିଧା ରହିଛି, ଯାହା ଗାଡ଼ି ଚଳାଇବା ସମୟରେ ରାସ୍ତା ଖୋଜିବା ପାଇଁ ସାହାଯ୍ୟ କରିବ। ହୋଣ୍ଡା ମୋଟରସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ କେବଳ ଏହି ଗୋଟିଏ ଇଲେକ୍ଟ୍ରିକ୍ ସ୍କୁଟର ନୁହେଁ, ବରଂ ଏହା ସହିତ ଅନ୍ୟ ୯ଟି ନୂଆ ପ୍ରଡକ୍ଟ ମଧ୍ୟ ପ୍ରଦର୍ଶିତ କରିବାକୁ ଯାଉଛି । ଏହି ତାଲିକାରେ ADV 160 ସ୍କୁଟର, ଅପଡେଟେଡ୍ CB 350 ସିରିଜ୍ ଏବଂ ଅଫ୍-ରୋଡିଂ କ୍ଷମତା ସମ୍ପନ୍ନ XR 300 ଡୁଆଲ୍-ପର୍ପଜ୍ ମୋଟରସାଇକେଲ୍ ସାମିଲ ।
