Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ, ଖୁସି ହେଲେ ପାକିସ୍ତାନୀ ଭେଟେରାନ୍ ! କହିଲେ...

ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ, ଖୁସି ହେଲେ ପାକିସ୍ତାନୀ ଭେଟେରାନ୍ ! କହିଲେ...

NEWS7 10 hrs ago
ନୂଆଦିଲ୍ଲୀ, ୨୫/୧୦ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଟି୨୦ ସିରିଜର ଦ୍ୱିତୀୟ ମୁକାବିଲା ଖେଳାଯାଇଥିଲା । ଏଥିରେ ଭାରତ ବିଜୟୀ ହୋଇଛି । ୪ ଓ୍ୱିକେଟରେ ଦଳ କିଓ୍ୱି ଟିମକୁ ପରାସ୍ତ କରିଛି । ମୁକାବିଲାରେ ଗୋଟିଏ ସମୟରେ ଭାରତ ହାରିବା ସ୍ଥିତିରେ ଥିଲା । କିନ୍ତୁ ତିଲକ ବର୍ମା ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ ।
ସେ ଅପରାଜିତ ରହି ଦଳକୁ ବିଜୟ ଉପହାର ଦେଇଥିଲେ । ତେବେ ତିଲକଙ୍କ ବ୍ୟାଟିଂକୁ ପାକିସ୍ତାନର ପୂର୍ବତନ କ୍ରିକେଟର ପ୍ରଶଂସା କରିଛନ୍ତି । ପାକିସ୍ତାନର ପୂର୍ବତନ କ୍ରିକେଟର ବସିତ୍ ଅଲ୍ଲୀ ତିଲକ ବର୍ମାଙ୍କୁ ବିଜୟର ହିରୋ କହିଛନ୍ତି । ସେ କହିଛନ୍ତି ଯେ, ତିଲକଙ୍କ ପାଇଁ ହାରୁଥିବା ମ୍ୟାଚ୍ ଭାରତ ଜିତି ନେଇଛି ।

ଭାରତର ଖୁବ୍ ଶୀଘ୍ର ଦୁଇ ତିନୋଟି ଓ୍ୱିକେଟ୍ ପଡିଯାଇଥିଲା । ମ୍ୟାଚ୍ ହାତମୁଠାରେ ନଥିଲା । ସେହିସମୟରେ ତିଲକ ଭାବିଚିନ୍ତି ବ୍ୟାଟିଂ କରିଥିଲେ । ତିଲକ ବଡ ବାଉଣ୍ଡରି ଦିଗରେ ବଡ ସଟ୍ ଖେଳିନଥିଲେ ।

ଫଳରେ ଆଉଟ୍ ସମ୍ଭାବନା କମିଯାଇଥିଲା । ସେ ଛୋଟ ବାଉଣ୍ଡରୀର ଭରପୁର ଫାଇଦା ଉଠାଇଥିଲେ । French Open: ଜାପାନର ହିନା ଆକେଚିଙ୍କୁ ପରାସ୍ତ କରି ଫାଇନାଲରେ ପି. ଭି.

ସିନ୍ଧୁ ସେ ଆହୁରି କହିଛନ୍ତି ଯେ, ବୈଭବ ସୂର୍ଯ୍ୟବଂଶୀଙ୍କୁ ତିନି ନମ୍ବର ସ୍ଥାନରେ ପଠାଇବା ଭଲ କଥା । ଇଶାନ କିଷନ ଫିଟ୍ ନହେଲା ଯାଏଁ ପ୍ଲେଇଂ ଇଲେଭେନର ସମୀକରଣ ବଦଳିପାରେ । ମ୍ୟାଚରେ ନୀତିଶ କୁମାର ରେଡ୍ଡି ଏବଂ ନମନ ଧୀର ଭଲ ବ୍ୟାଟିଂ କରିଥିଲେ । ସେମାନେ ମ୍ୟାଚର ମୋଡ଼ ବଦଳାଇଦେଇଥିଲେ ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ୍ ସାଣ୍ଟନର ଠିକ ଭାବେ କପ୍ତାନୀ କରିପାରିନଥିଲେ । ଭୁଲ ରଣନୀତି ପାଇଁ ସେମାନେ ମ୍ୟାଚ୍ ହାରିଗଲେ । ମିଚେଲ୍ ନିଜେ ୪ ଓ୍ୱିକେଟ୍ ନେଇଥିଲେ ବି ସଠିକ ନିଷ୍ପତ୍ତି ନେଇନଥିଲେ ବୋଲି ବସିତ୍ ନିଜ କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7