Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

Oben Rorr Evo ଲଞ୍ଚ୍; ପ୍ରଥମ ୧୦,୦୦୦ ଗ୍ରାହକଙ୍କ ପାଇଁ ବଡ଼ ଅଫର

NEWS7 3 weeks ago
 ନୂଆଦିଲ୍ଲୀ: ବଜାରକୁ ଆସିଲା ପକେଟ ଫ୍ରେଣ୍ଡଲି ଇଲେକ୍ଟ୍ରିକ୍ ବାଇକ୍ । କାର୍ଯ୍ୟଦକ୍ଷତା ଏବଂ ଦୈନନ୍ଦିନ ବ୍ୟବହାର ଲାଗି ଖୁବ୍ ଉପଯୋଗୀ ହେବ ଏହି ବାଇକ୍ । ଓବେନ୍ ଇଲେକ୍ଟ୍ରିକ୍ ଏହାର ନୂତନ ଇଲେକ୍ଟ୍ରିକ୍ ମୋଟର ସାଇକେଲ୍, Oben Rorr Evoକୁ ଏକ ବହୁତ ଆକର୍ଷଣୀୟ ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରିଛି। ଉଲ୍ଲେଖନୀୟ ଯେ, ପ୍ରଥମ ୧୦,୦୦୦ ଗ୍ରାହକଙ୍କ ପାଇଁ ଏହାର ମୂଲ୍ୟ ମାତ୍ର ୯୯,୯୯୯ ଟଙ୍କା (ଏକ୍ସ-ସୋରୁମ୍) ରଖାଯାଇଛି ।
ଏକ ଲକ୍ଷରୁ କମ୍ ମୂଲ୍ୟରେ ଏହି ବାଇକ ଉପଲବ୍ଧ ହେଉଥିବା ବେଳେ, ଏହାକୁ ଲୋକମାନେ ଖବୁ ପସନ୍ଦ କରୁଛନ୍ତି । ଆକର୍ଷଣୀୟ ଡିଜାଇନ୍ Rorr Evoରେ ବୋଲ୍ଡ ଡିଜାଇନ୍ ରହିଛି । ଆଗ ଭାଗରେ ସିଗ୍ନେଚର ପୋଜିସନ ଲାଇଟ୍ ସହିତ ପ୍ରୋଜେକ୍ଟର ହେଡଲ୍ୟାମ୍ପ ରହିଛି। ଏହି ଇଲେକ୍ଟ୍ରିକ୍ ବାଇକ୍ ଘଣ୍ଟା ପ୍ରତି ୧୧୦ କିମି ବେଗରେ ଗତି କରିପାରିବ ।

ଥରେ ଚାର୍ଜ କଲେ ଏହା ୧୮୦ କିମି ମାଇଲେଜ୍ ଦେବ । ଏହା ମାତ୍ର ୩ ସେକେଣ୍ଡରେ ୦ ରୁ ୪୦ କିମି/ଘଣ୍ଟା ବେଗ ପ୍ରାପ୍ତ କରିପାରିବ । ଓବେନ୍ ପ୍ଲଗ୍ ମାଧ୍ୟମରେ ୯୦ ମିନିଟ୍ ମଧ୍ୟରେ ବ୍ୟାଟେରୀ ୦ ରୁ ୮୦% ଚାର୍ଜ ହୋଇପାରିବ । SmartIQ – AI ଏହି ବାଇକରେ SmartIQ ନାମକ ଏକ ଅନନ୍ୟ AI ବୈଶିଷ୍ଟ୍ୟ ରହିଛି, ଯାହା ଆରୋହୀଙ୍କ ଡ୍ରାଇଭିଂ ଶୈଳୀ ସହିତ ଖାପ ଖୁଆଇଥାଏ ଏବଂ ପାୱାର ଡେଲିଭରିକୁ ଆଡଜଷ୍ଟ କରିଥାଏ।

ଫଳରେ ୧୫ ପ୍ରତିଶତ ଅଧିକ କାର୍ଯ୍ୟଦକ୍ଷତା ଦେଖାଇଥାଏ ଏହି ବାଇକ୍ । Rorr EVO ରେ ଏକ IP68-ରେଟିଂ ମୋଟର ଏବଂ ଏକ 3.4 kWh LFP ବ୍ୟାଟେରୀ ରହିଛି। ଏହି ବ୍ୟାଟେରୀ ୫୦% ଅଧିକ ତାପ ପ୍ରତିରୋଧ ଏବଂ ପାରମ୍ପରିକ ଲିଥିୟମ-ଆୟନ ବ୍ୟାଟେରୀ ଠାରୁ ଦୁଇଗୁଣ ଲାଇଫ ସାଇକେଲ୍ ଦିଏ । କମ୍ପାନୀ ବ୍ୟାଟେରୀ ଉପରେ ୮ ବର୍ଷର ୱାରେଣ୍ଟି ଦେଉଛି ।

ବାଇକରେ ୬୮୦ ମିମି ଲମ୍ବର ସିଟ୍ ଦିଆଯାଇଛି । ୨୦୦ ମିମିର ଗ୍ରାଉଣ୍ଡ କ୍ଲିୟରାନ୍ସ ଏବଂ ୨୩୦ ମିମିର ଓ୍ବାଟର ଓ୍ବାଡିଂ କ୍ଷମତା ଏହାକୁ ସମସ୍ତ ପ୍ରକାରର ରାସ୍ତାରେ ଦୌଡ଼ିବାକୁ ସକ୍ଷକ କରାଏ । ଏହା ସହିତ, ଏଥିରେ ୧୦ ଲିଟର ଷ୍ଟୋରେଜ୍ ସ୍ପେସ୍ ଏବଂ ଡୁଆଲ୍ USB ଚାର୍ଜିଂ ପୋର୍ଟ ମଧ୍ୟ ଦିଆଯାଇଛି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7