ଭଦ୍ରକ: ଡିଜିଟାଲ ଯୁଗରେ ସବୁ ଡିଜିଟାଲ । ବିନା ମୋବାଇଲରେ ସବୁ କାମ ଯେମିତି ଅସମ୍ଭବ। ଆଜିକାଲି କୁନି ପିଲାଟିଏ ଖାଇବା, ଖେଳିବା ଓ ଖୁସି ହୋବାକୁ ମୋବାଇଲର ସାହାଯ୍ୟ ନେଉଛି। ସେମିତି ପରିଣତ ବୟସରେ ବୟସ୍କଙ୍କ ସାହାର ପାଲଟୁଛି ମୋବାଇଲ୍। କିନ୍ତୁ ଏହି ମୋବାଇଲ୍ ପାଇଁ ଆଜି ଜଣେ ମାଆର ପୁଅ ଜୀବନ ଜିଉଁଛି ସତ , କିନ୍ତୁ ବାପା ଆଉ ମା ଛଡ଼ା ଆଉ କିଛି କହି ପାରୁନି।ପୂର୍ବରୁ ଖୁବ୍ ଆକ୍ଟିଭ୍ ଥିବା ଛୁଆଟି ଏବେ ପୂରା ଚୁପଚାପ। ଭଲରେ କଥା ହେଉନି କି ପୂର୍ବଭଳି ସେମିତି ଖେଳକୁଦ କରୁନି। ଭଦ୍ରକ ଜିଲ୍ଲା ଆଗରପଡ଼ାର ବାସୀନ୍ଦା ଅଂଶୁମାନଙ୍କୁ ନେଇ ଏବେ ଚିନ୍ତାରେ ପରିବାର। ଅଂଶୁମାନଙ୍କ ବାପା ବାଙ୍ଗାଲୋରରେ ରହୁଥିଲେ।
ବୃତ୍ତିରେ ସେ ରୋଷେୟା। ରୋଷେଇ କରି ଯେତିକି ଟଙ୍କା ରୋଜଗାର କରୁଥିଲେ, ସେଥିରେ ଖୁବ୍ ଭଲରେ ଚଳି ଯାଉଥିଲେ। ପୁଅକୁ ଏକ ଘରୋଇ ସ୍କୁଲ୍ ରେ ପାଠ ପଢ଼ାଉଥିଲେ । ଅଂଶୁମାନ ସ୍କୁଲ୍ ର ଟପର ଥିଲେ।
କୋଭିଡ ସମୟରେ ଅନଲାଇନରେ ପାଠପଢ଼ା ପାଇଁ ମୋବାଇଲ ଆଣି ଦେଇଥିଲେ ବାପା । କିନ୍ତୁ ଘର ଲୋକଙ୍କ ଅଜାଣତରେ ସେ ଖେଳୁଥିଲେ ବ୍ଲୁ ହ୍ୱେଲ ଗେମ୍। ଏମିତି କି ୨୦୨୨ ମସିହା ଫେବୃଆରୀ ମାସ ୫ତାରିଖ ଦିନ ଗେମ୍ ର ଟାସ୍କ ପାଇଁ ବାପାଙ୍କ ବେଲ୍ଟରେ ଫାଶୀ ଲଗାଇ ଝୁଲି ପଡ଼ିଥିଲେ। ପରେ ଚିକିତ୍ସା ପାଇଁ ୩ମାସ ଆଇସିୟୁରେ ରହିଲେ।
ଏବେ ପୁଅର ଚିକିତ୍ସା ପାଇଁ ଜମି ବାଡ଼ି ବିକି ଭଡ଼ା ଘରେ ରହୁଛନ୍ତି ପରିବାର ।ହେଲେ ଦୁଃଖର ବିଷୟ ଅଂଶୁମାନଙ୍କ ବୟସ ସିନା ବଢିଯାଇଛି , କିନ୍ତୁ ସେ ଏବେ ଛୋଟ ଛୁଆ ଭଳି କେବଳ ବାପା ଆଉ ମାଆ ଡାକୁଛନ୍ତି। ତା ଛଡ଼ା ଆଉ କିଛି ଡାକି ପାରୁ ନାହାନ୍ତି କି କିଛି ବୁଖି ପାରୁ ନାହାନ୍ତି । ଘଟଣା ଘଟିବାର ପରେ ୩ ମାସ ଧରି ଆଇସିୟୁରେ ରହି ଅଂଶୁମାନଙ୍କ ଚିକିତ୍ସା ଚାଲିଥିଲା। ବାପାମାଆ ଜମି ବାଡ଼ି ବିକି ପୁଅକୁ ବଞ୍ଚାଇଛନ୍ତି ସତ କିନ୍ତୁ ଏବେବି ଚାଲିଛି ଚିକିତ୍ସା ।
୨୦୨୨ରୁ ଆଜି ପର୍ଯ୍ୟନ୍ତ ପୁଅ ପାଇଁ ବାଙ୍ଗାଲୋର, ପରେ କଟକ ଓ ଏବେ ଭଦ୍ରକରେ ରହି ପୁଅର ସଂପୂର୍ଣ୍ଣ ସୁସ୍ଥତା ପାଇଁ ପ୍ରାଣପଣେ ଚେଷ୍ଟା କରିଛନ୍ତି ପରିବାର। ଜମି ବିକ୍ରି ହୋଇଯାଇଥିବାରୁ ଏବେ ସମସ୍ତେ ଭଡ଼ାରେ ରହୁଛନ୍ତି । କିନ୍ତୁ ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କାହିଁକିନା ଅଂଶୁମାନଙ୍କ ବାପାଙ୍କ ରୋଜଗାରରେ ଘର ଚଳିବା ମୁସ୍କିଲ୍।
ତେଣୁ ପୁଅର ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିବା ଖୁବ୍ କଷ୍ଟକର। ସେଥିପାଇଁ ସରକାରଙ୍କ ସାହାଯ୍ୟ ଲୋଡ଼ିଛନ୍ତି ପରିବାର। IIC ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ ଫସିଲେ ନିଜ ବିଭାଗର କର୍ମଚାରୀ ! କମିଶନରେଟ୍ ପୋଲିସର ବଡ଼ ଆକ୍ସନ ସାମାନ୍ୟ ଅବହେଳା ପିଲାମାନଙ୍କୁ କେତେ ବଡ଼ ବିପଦରେ ପକାଇପାରେ।
ୟାଠୁ ବଡ଼ ଉଦାହରଣ ଆଉ କିଛି ହୋଇ ନପାରେ। ତେଣୁ ଏତିକି କହିପାରିବା ପିଲାମାନଙ୍କୁ ମୋବାଇଲ୍ ରୁ ଦୂରରେ ରଖନ୍ତୁ। ନଚେତ୍ ଏମିତି ପରିସ୍ଥିତିର କେହି ବି ସାମ୍ନା କରି ପାରନ୍ତି।
