ଗୌହାଟୀ, ୦୭/୦୪ : ବୈଭବ ଝଡରେ ମାଟି କାମୁଡିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଟପ୍ ବୋଲରଙ୍କୁ ପ୍ରହାର କରିଛନ୍ତି ରାଜସ୍ଥାନ ରୟାଲ୍ସର ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ଗୌହାଟୀରେ ଖେଳାଯାଇଥିବା ବର୍ଷା ବାଧା ପ୍ରାପ୍ତ ମୁକାବିଲାରେ ଜିତିଛି ରାଜସ୍ଥାନ ।୨୭ରେ ପରାସ୍ତ ହୋଇଛି ମୁମ୍ବାଇ । ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ରାଜସ୍ଥାନ ।ଯାହା ମୁମ୍ବାଇ ପରାଜୟର ମୂଳଦୁଆ ପକାଇଥିଲା । ତେବେ ଦଳ ପରାସ୍ତ ହେଲା ପରେ ବୋଲରଙ୍କୁ ଦୋଷ ଦେଇଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ସେ କହିଛନ୍ତି ଯେ, ପାଓ୍ୱାର ପ୍ଲେରେ ଦଳ ଯୋଜନା ମୁତାବକ ବୋଲିଂ କରିପାରିନଥିଲା । ରାଜସ୍ଥାନ ଓପନର ଦମଦାର୍ ବ୍ୟାଟିଂ କରିଥିଲେ ।
କିନ୍ତୁ ମୁମ୍ବାଇ ସେପରି ପ୍ରଦର୍ଶନ କରିପାରିନଥିଲା । ବ୍ୟାଟସମ୍ୟାନ୍ ନୁହେଁ ବରଂ ବୋଲରମାନେ ହିଁ ପରାଜୟର ମୁଖ୍ୟ କାରଣ । ସେ ଆହୁରି କହିଛନ୍ତି ଯେ, କମ୍ ବୟସରେ ବୈଭବ ନିର୍ଭୟରେ ଖେଳୁଛନ୍ତି । ସେ ଜଣେ ଅଦ୍ଭୁତ ବ୍ୟାଟସମ୍ୟାନ୍ ।
ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ପାଣ୍ଡ୍ୟା ପ୍ରକାଶ କରିଛନ୍ତି । ଜୟସ୍ୱାଲ ଏବଂ ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ ମ୍ୟାଚ୍ ଆରମ୍ଭରୁ ବୈଭବ ଏବଂ ଜୟସ୍ୱାଲଙ୍କ ପ୍ରହାର ଆରମ୍ଭ କରିଥିଲେ । ପ୍ରଥମ ବଲରୁ ହିଁ ଦୁଇ ବ୍ୟାଟର ଜଲଓ୍ୱା ଦେଖାଇଥିଲେ । ଜସପ୍ରିତ ବୁମରା, ଟ୍ରେଣ୍ଟ୍ ବୋଲ୍ଟ୍, ଦୀପକ ଚହରଙ୍କ ଭଳି ବୋଲରଙ୍କୁ ଛକା ମାରିଥିଲେ । ବୈଭବ ୧୪ ବଲରୁ ୩୯ ରନ୍ କରିଥିବା ବେଳେ ଜୟସ୍ୱାଲ ୩୨ ବଲରୁ ୭୭ ରନ୍ କରି ଅପରାଜେୟ ରହିଥିଲେ ।
