Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ପର୍ଯ୍ୟଟକଙ୍କୁ ଆକ୍ରମଣ ପରେ ଆକ୍ସନ୍, ଦେଓମାଳିରେ ବଢ଼ିବ ସୁରକ୍ଷା

NEWS7 1 week ago
 କୋରାପୁଟ: କୋରାପୁଟର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେଓମାଳିରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଘଟଣା ପରେ ଦେଓମାଳିରେ ସୁରକ୍ଷା ବ୍ୟବସ୍ଥା କଡ଼ା କରିବାକୁ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ଦେଓମାଳିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସିଟିଭି ଲଗାଯିବା ସହ ସୁରକ୍ଷା ଏଜେନ୍ସୀ ଯୋଗେ ସୁରକ୍ଷା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି।
ସୂଚନାଥାଉକି, ଗତ ଶନିବାର ଦେଓମାଳି ବୁଲିବାକୁ ଆସିଥିବା ୫ ପର୍ଯ୍ୟଟକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏଥିରେ ଦୁଇ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ। ଏମିତିକି ପର୍ଯ୍ୟଟକଙ୍କ ଠାରୁ ମୋବାଇଲ ଓ ଟଙ୍କା ମଧ୍ୟ ଛଡ଼ାଇ ନେଇଥିଲେ ଦୁର୍ବୃତ୍ତ। ଏହି ଘଟଣା ପରେ କୋରାପୁଟରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ଉଠିଥିଲା ବଡ଼ ପ୍ରଶ୍ନ।

ସ୍ଥାନୀୟ ବାସିନ୍ଦା ମଧ୍ୟ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସ୍ଵର ଉତ୍ତୋଳନ କରିଛନ୍ତି। ତେବେ ଘଟଣା ପରେ ସଜାଗ ହୋଇଛି କୋରାପୁଟ ଜିଲ୍ଲା ପ୍ରଶାସନ। ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୋରାପୁଟରେ ପର୍ଯ୍ୟଟକ କିଭଳି ସୁରକ୍ଷିତ ଭାବରେ ବୁଲିପାରିବେ ସେନେଇ ନିଆଯାଇଛି ପଦକ୍ଷେପ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି କୋରାପୁଟ ଜିଲ୍ଲାପାଳ ।

ତେଣୁ ଦେଓମାଳିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଇବା ସହ ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ଏଜେନ୍ସୀ ମାଧ୍ୟମରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବ । ପର୍ଯ୍ୟଟକଙ୍କ ଗତିବିଧି ଉପରେ ରହିବ ନଜର। ବିଶେଷକରି ସନ୍ଧ୍ୟା ପୂର୍ବରୁ ଦେଓମାଳି ପର୍ବତ ଶିଖରରେ ଥିବା ପର୍ଯ୍ୟଟକଙ୍କ ଉପସ୍ଥିତି ଯାଞ୍ଚ କରାଯିବ। ସନ୍ଧ୍ୟା ପରେ ଯେପରି କୌଣସି ପର୍ଯ୍ୟଟକ ଶିଖରରେ ରହି ନଯାଆନ୍ତି ସେନେଇ ନିଆଯିବ ସତର୍କତାମୂଳକ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି। କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସେପଟେ ପ୍ରଶାସନର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରିଛନ୍ତି। ଦେଓମାଳିରେ ପର୍ଯ୍ୟଟକ ସୁରକ୍ଷାକୁ ନେଇ ପ୍ରଶାସନର ଏହି ପଦକ୍ଷେପ ଆସନ୍ତା ଦିନରେ ପର୍ଯ୍ୟଟକଙ୍କ ମଧ୍ୟରେ ସୁରକ୍ଷାର ବିଶ୍ୱାସ ବଢ଼ାଇବ ବୋଲି ଆଶା କରାଯାଉଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7