Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

Police Encounter : ଆକ୍ସନରେ ପୋଲିସ, ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନ ଜେନାଙ୍କୁ ଏନକାଉଣ୍ଟର

NEWS7 3 weeks ago
 ପୁରୀ ୩୧।୦୫ : ଓଡ଼ିଶା ପୋଲିସର ପୁଣି ଏନକାଉଣ୍ଟର । ବ୍ରହ୍ମପୁର, ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଏବେ ପୁରୀରେ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର। ଶନିବାର ରାତିରେ ଅପରାଧୀ ଚନ୍ଦନ ଜେନାଙ୍କୁ ପୋଲିସ ଏନକାଉଣ୍ଟର କରିଛି। ଚନ୍ଦନର ଡାହାଣ ଗୋଡରେ ବାଜିଛି ଗୁଳି। ତାଙ୍କୁ ତୁରନ୍ତ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଲିସ ଭର୍ତ୍ତି କରିଛି।
-Himachal pradesh : ହିମାଚଳ ପ୍ରଦେଶର ୫୦୦ ଫୁଟ ଘାଟିରୁ ଖସିଲା ଇନୋଭା କାର, ୮ ମୃତ, ଉଦ୍ଧାରକାର୍ଯ୍ୟ ଜାରି ଖବର ଅନୁଯାୟୀ, ଅପରାଧୀ ଚନ୍ଦନ ଜେନାଙ୍କ ଗତିବିଧି ସମ୍ପର୍କରେ ପୂର୍ବରୁ ସୂଚନା ପାଇ ପୋଲିସ ଜାଲ ବିଛାଇଥିଲା। ପୁରୀ ସହର ନିକଟସ୍ଥ ଓମକାରେଶ୍ୱର ମନ୍ଦିର ଅଞ୍ଚଳରେ ପୋଲିସ ଅପରାଧୀକୁ କାବୁ କରିବାକୁ ଚେଷ୍ଟା କରିଥିଲା। ହେଲେ ଏହି ସମୟରେ ସେ ଖସିଯିବାକୁ ଉଦ୍ୟମ କରିଥିଲା । ଯାହାଫଳରେ ପୋଲିସ ଏନକାଉଣ୍ଟର କରିଥିଲା।

ଚନ୍ଦନ ଗୋଡରେ ଗୁଳି ବାଜିଥିବା ବେଳେ ପୋଲିସ ହେପାଜତରେ ପୁରୀ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଚନ୍ଦନ ଜେନାଙ୍କ ଘର କୋଣାର୍କ ଥାନା ଅଧୀନ ହାଟଦଣ୍ଡା ଅଞ୍ଚଳରେ। ଚନ୍ଦନ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7