ଚଣ୍ଡିଖୋଲ: ଗାଁକୁ ରାସ୍ତା ନଥିଲା, ଗ୍ରାମବାସୀମାନେ ନିଜ ଖର୍ଚ୍ଚରେ ରାସ୍ତା ପାଇଁ ମୋରମ ପକାଇଲେ । ହେଲେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଜମି ଉପରେ ମୋରମ ପକାଇବାକୁ ବିରୋଧ କରି ଥାନାରେ ମାମଲା କଲେ। ଏପଟେ ଗ୍ରାମବାସୀ ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହେବା ବେଳକୁ ପୋଲିସ ଅଭିଯୋଗ ଗ୍ରହଣ କରିନଥିଲା। ସେହିଭଳି ଗାଁର ଜଣେ ମହିଳାଙ୍କ କଥା ନଶୁଣିବାରୁ ସେ ଆତ୍ମହତ୍ୟା କରିଲେ।ଦଳିତଙ୍କ ଉପରେ ଅତ୍ୟାଚାର ବଢ଼ିଛି। ପୋଲିସ ବହୁ ମାତ୍ରାରେ ଦାୟୀ। ତେଣୁ ନ୍ୟାୟ ପାଇଁ ଧାରଣା ଦିଆଯାଉଛି। ଆଗାମୀ ଦିନରେ ପୋଲିସ କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ। ଏହା ସହ ଯଦି ସମସ୍ୟାର ସମାଧାନ ନହୁଏ ତେବେ ଆଗକୁ ରାଜରାସ୍ତା ଅବରୋଧ କରିବା ନେଇ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।
