ହେଲେ ବି କଂଗ୍ରେସ ଦଳ ତାଙ୍କୁ କୋଣଠେସା କରିବାରୁ ସେ ଅତିଷ୍ଠ ହୋଇ ମୋକିମ୍ଙ୍କ ନୂଆ ରାଜନୈତିକ ଦଳ ଓଡ଼ିଶା ଜନତା କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି l -Third Front : ବଡ଼ ଇସାରା ଦେଲେ ବରିଷ୍ଠ ନେତା ଅମର ଶତପଥୀ, ଏପ୍ରିଲ ୧୭ରେ ଆତ୍ମପ୍ରକାଶ କରିବ ତୃତୀୟ ସାମ୍ମୁଖ୍ୟ ଅନ୍ୟପଟେ ମହମ୍ମଦ ମୋକିମ୍ କହିଛନ୍ତି, ଓଡ଼ିଶା ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଥିବା ବେଳେ ବାହାର ରାଜ୍ୟର ଶିଳ୍ପପତି ଓଡ଼ିଶାକୁ ଲୁଟ୍ କରିବାରେ ଲାଗିଛନ୍ତି l ଏଣୁ ପ୍ରତିଟି ଓଡ଼ିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ପରିକଳ୍ପନା କରାଯାଇଥିଲା । ଆଉ ଆଗକୁ ଆଳି ଓ କେନ୍ଦ୍ରାପଡ଼ାରେ ଦଳ ସମାବେଶ କରି ରାଜନୀତିର ପ୍ରାଣକେନ୍ଦ୍ର ଭାବେ ପରିଚିତ କେନ୍ଦ୍ରପଡ଼ା ଜିଲ୍ଲାରେ ତାର ସଂଗଠନ ସୁଦୃଢ଼ କରିବ ବୋଲି ମୋକିମ୍ କହିଛନ୍ତି ।