Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ରାଜ୍ୟ ପାଇଁ ଗର୍ବ ! FISHCOFEDର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ଜୟଶ୍ରୀ ଗଡ଼ନାୟକ

NEWS7 1 week ago
 ନୂଆଦିଲ୍ଲୀ: ଦେଶର ସମବାୟ ଆନ୍ଦୋଳନ କ୍ଷେତ୍ରରେ ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ। ଜାତୀୟ ମତ୍ସ୍ୟଜୀବୀ ସମବାୟ ସଂଘ (FISHCOFED)ର ଉପାଧ୍ୟକ୍ଷା (Vice Chairperson) ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଶାର ଜୟଶ୍ରୀ ଗଡ଼ନାୟକ। ଏହି ସଂସ୍ଥାର ଇତିହାସରେ ପ୍ରଥମ ମହିଳା ସମବାୟବିତ୍ ଭାବେ ଏହି ଶୀର୍ଷ ପଦବୀ ହାସଲ କରି ସେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି।
ତେବେ ଜୟଶ୍ରୀ ଗଡ଼ନାୟକଙ୍କ ଏହି ଅଭୂତପୂର୍ବ ବିଜୟ ପରେ ଦେଶର ବହୁ ପ୍ରମୁଖ ନେତା ଓ ସମବାୟବିତ୍ଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି। କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ ଶ୍ରୀମତୀ ଗଡ଼ନାୟକ ଓ ଫିସ୍କୋଫେଡ୍ (FISHCOFED) ଟିମ୍ ସହ ଆଲୋଚନା କରିବା ସହ ତାଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ନୂଆଦିଲ୍ଲୀ ପୌର ପରିଷଦ (NDMC) ଉପାଧ୍ୟକ୍ଷ କୁଲଜିତ୍ ସିଂହ ଚହଲ ମଧ୍ୟ ତାଙ୍କର ଏହି ସଫଳତାକୁ ପ୍ରଶଂସା କରି ଶୁଭକାମନା ଜଣାଇଛନ୍ତି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଏବଂ ଜାତୀୟ ସମବାୟ ୟୁନିଅନ୍ ଅଫ୍ ଇଣ୍ଡିଆ - NCUIର ନିର୍ଦ୍ଦେଶକ ଟି.

ପ୍ରସାଦ ରାଓ ଡୋରା ଶ୍ରୀମତୀ ଗଡ଼ନାୟକଙ୍କୁ ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସମବାୟ କ୍ଷେତ୍ରକୁ ସମୃଦ୍ଧ କରିବା ପରେ ଏବେ ଜାତୀୟ ସ୍ତରରେ ସେ ସକାରାତ୍ମକ ଯୋଗଦାନ ଦେବେ। ଆସିଗଲା ‘କ୍ୟାଣ୍ଡେରେ ହୁରୁନ ଇଣ୍ଡିଆ ୱିମେନ ଲିଡର୍ସ ଲିଷ୍ଟ-୨୦୨୬’, ଜାଣନ୍ତୁ ତାଲିକାରେ ଅଛନ୍ତି କିଏ? ସୂଚନାଥାଉକି, ଜୟଶ୍ରୀ ଗଡ଼ନାୟକ ଦୀର୍ଘ ଦଶନ୍ଧି ଧରି ସମବାୟ ଆନ୍ଦୋଳନ ସହ ଜଡ଼ିତ ରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଛନ୍ତି।

ଜୟଶ୍ରୀ ଗଡ଼ନାୟକ ଖୋର୍ଦ୍ଧା ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ (KCCB)ର ଉପାଧ୍ୟକ୍ଷା, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (OSCB) ଏବଂ ଓଡ଼ିଶା ମତ୍ସ୍ୟଜୀବୀ ସମବାୟ ନିଗମ (FISHFED)ର ନିର୍ଦ୍ଦେଶକ, ଓମ୍ ସାଇ ମଲ୍ଟିପର୍ପସ୍ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଏବଂ ଭୁବନେଶ୍ୱର ଡିଷ୍ଟ୍ରିବ୍ୟୁସନ୍ ଡିଭିଜନ୍ କୋ-ଅପରେଟିଭ ସୋସାଇଟିର ସଭାପତି ଭାବରେ ଦାୟିତ୍ବ ତୁଲାଇସାରିଛନ୍ତି। ଏମିତିରେ ତାଙ୍କର କାର୍ଯ୍ୟଦକ୍ଷତା ଏବଂ ଆର୍ଥିକ ପରିଚାଳନା ଜ୍ଞାନ ସମବାୟ କ୍ଷେତ୍ରକୁ ଆହୁରି ମଜଭୁତ କରିବାରେ ସହାୟକ ହେବ। ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ସେ ଫାଇନାନ୍ସରେ MBA ହାସଲ କରିଛନ୍ତି। ମହିଳା ସଶକ୍ତୀକରଣ ପାଇଁ ଉଦାହରଣ ଜାତୀୟ ସ୍ତରରେ ଜୟଶ୍ରୀଙ୍କ ଏହି ସଫଳତା ଦେଶସାରା ସମବାୟ, କୃଷି ଓ ମତ୍ସ୍ୟଚାଷ ସହ ଜଡ଼ିତ ମହିଳାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ପାଲଟିଛି। FISHCOFEDର ଉପାଧ୍ୟକ୍ଷା ଭାବେ ତାଙ୍କର ଏହି ନୂତନ ଦାୟିତ୍ୱ ଗ୍ରହଣ ସମବାୟ କ୍ଷେତ୍ରରେ ସମାବେଶୀ ବିକାଶ ଓ ପ୍ରଗତିକୁ ଆଗକୁ ନେବ ବୋଲି ଆଶା କରାଯାଉଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7