ଅଯୋଧ୍ୟା ସ୍ଥିତ ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ବାସଭବନ 'ମଣିରାମ ଦାସ ଛାଉଣି'ଠାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବିଶ୍ୱ ହିନ୍ଦୁ ପରିଷଦ (VHP)ର ଜାତୀୟ ମହାମନ୍ତ୍ରୀ ବି.ଏଲ୍. ବାଂଗଡ଼ାଙ୍କ ସମେତ ଟ୍ରଷ୍ଟର ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ। ନୂତନ ଭାବେ ସାମିଲ ହୋଇଥିବା ମହେଶ ଭଗଚନ୍ଦକା ଦିବଂଗତ ଭିଏଚପି ନେତା ଅଶୋକ ସିଂହଲଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ଦିଶା ସାଲିଆନ୍ ମୃତ୍ୟୁ ମାମଲା: ବମ୍ବେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ସିବିଆଇ କରିବ ତଦନ୍ତ ଟ୍ରଷ୍ଟର ଶାସନ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ ଓ ପାରଦର୍ଶୀ କରିବା ପାଇଁ ଏହି ନୂଆ ନିଯୁକ୍ତି ଦିଆଯାଇଛି। ଏହାସହ ରାମ ମନ୍ଦିରର ଦୈନନ୍ଦିନ ପରିଚାଳନା ଏବଂ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଖୁବଶୀଘ୍ର ଜଣେ ମୁଖ୍ୟ ନିର୍ବାହୀ ଅଧିକାରୀ (CEO)ଙ୍କ ନାମ ମଧ୍ୟ ଘୋଷଣା କରାଯିବ।