Dailyhunt

ରାତି ଅଧିଆ ୧୫ ପାକିସ୍ତାନୀ କର୍ମଚାରୀଙ୍କୁ ତଡ଼ିଦେଲା ଏତିହାଦ୍ ଏୟାରଓ୍ୱେଜ୍ : ପାକିସ୍ତାନକୁ ଲୋନ୍ ଫେରସ୍ତ ମାଗିଲା UAE

NEWS7 1 week ago
 ଲାହୋର, ୧/୦୫ : ପାକିସ୍ତାନକୁ ଅପମାନ । ବଡ ଝଟକା ଦେଲା ୟୁଏଇ । ୟୁଏଇର ଏତିହାଦ ଏୟାରଓ୍ୱେଜ୍ ଆବୁଧାବିରେ ୧୫ ଜଣ ପାକିସ୍ତାନୀ କର୍ମଚାରୀଙ୍କୁ ବିଦା କରିଦେଇଛି । ବିନା କୌଣସି ନୋଟିସରୁ ସେମାନଙ୍କୁ ଚାକିରିରୁ କାଢି ଦେଇଥିବା ସୂଚନା ମିଳିଛି । ପାକିସ୍ତାନୀ କର୍ମଟାରୀଙ୍କୁ କୁହାଯାଇଛି ଯେ ସେମାନେ ୟୁଏଇ ଛାଡି ଚାଲି ଯାଆନ୍ତୁ ।
ଏତିହାଦ୍ ଏପରି ପଦକ୍ଷେପ ସେହି ସମୟରେ ନେଇଛି ଯେତେବେଳେ ୟୁଏଇ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି । ଏହାସହ ପାକକୁ ୟୁଏଇ ସରକାର ୩ ବିଲିୟନ ଡାଲରର ଲୋନ୍ ମଧ୍ୟ ଫେରସ୍ତ ମାଗିଛନ୍ତି । ରିପୋର୍ଟ ଅନୁସାରେ, ପାକିସ୍ତାନୀ କର୍ମଚାରୀଙ୍କୁ ବିଦା କରାଯାଇଛି । ଯାହା ସାଧାରଣ ନୁହେଁ ।

ଏହି ଛଟେଇରେ କୌଣସି ନିୟମ କାନୁନ କମ୍ପାନୀ ମାନିନାହିଁ । ତେବେ ପାକିସ୍ତାନ ସରକାର ମଧ୍ୟ ୟୁଏଇର ଏପରି କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । Also Read :- ଟ୍ରମ୍ପଙ୍କ ମାନସିକ ସ୍ଥିତି ଠିକ୍ ଅଛି କି ? ପ୍ରଶ୍ନ କଲେ ୟୁଏସ ସାଂସଦ...ରାଗିଗଲେ ରାଷ୍ଟ୍ରପତିଙ୍କ ସହଯୋଗୀ ଏୟାରଲାଇନ୍ସରୁ ବିଦା ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୨୦ ବର୍ଷ ଧରି କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ରହିଛନ୍ତି ।

ଏବେ ସେମାନେ ନିଜ ପରିବାର ସହ ଦେଶ ଛାଡିବେ । କାରଣ ସେମାନଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ଦେଶ ଛାଡିବାକୁ ପଡିବ । ସେପଟେ କେଉଁ କାରଣ ପାଇଁ ଏତିହାଦ୍ ଛଟେଇ ବାବଦରେ ନିଷ୍ପତ୍ତି ନେଇଛି ତାହା ପ୍ରକାଶ କରିନାହିଁ । ସମ୍ପର୍କ ତିକ୍ତ ଗତ କିଛି ଦିନ ଧରି ୟୁଏଇ ଏବଂ ପାକିସ୍ତାନର ସମ୍ପର୍କ ଫିକା ପଡିବା ଆରମ୍ଭ କରିଛି ।

ପାକିସ୍ତାନ ତୁର୍କୀ ଏବଂ ସାଉଦି ଆରବ ସହ ଭଲ ସମ୍ପର୍କ ପ୍ରତିଷ୍ଠା କରିଛି । ୟୁଏଇର ଇସ୍ରାଏଲ ସହ ଉତ୍ତମ ସମ୍ପର୍କ ଅଛି । ତେଣୁ ୟୁଏଇ ପାକିସ୍ତାନକୁ ନେଇଥିବା ଲୋନ୍ ଫେରାଇ ଦେବାକୁ କହିଛି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7