Dailyhunt

Ravi Dubey Ramayana: ୨୧ ବର୍ଷର ପରିଶ୍ରମ ପରେ ରବି ଦୁବେଙ୍କୁ ମିଳିଛି ବଡ ଭୂମିକା, କହିଲେ-'ରାମାୟଣ ଠାରୁ ଭଲ ଚ୍ୟାଲେଞ୍ଜ୍ କିଛି ନାହିଁ'

NEWS7 1 week ago
 ନୂଆଦିଲ୍ଲୀ ୦୭। ୦୪: ରବି ଦୁବେ ଟିଭି ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାମ। ଯିଏ ତାଙ୍କ କ୍ୟାରିୟରରେ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି। ‘ସ୍ତ୍ରୀ ତେରୀ କାହାଣୀ’ ସହିତ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ରବି ଦୁବେ, ‘ଡୋଲି ସଜାକେ’ ଏବଂ ‘ୟହାଁ କେ ହମ୍ ସିକନ୍ଦର’ ରେ କାମ କରିଥିଲେ। ଏହାପରେ ‘ସାସ୍ ବିନା ସସୁରାଲ୍’ ଶୋ ତାଙ୍କୁ ପରିଚୟ ଦେଇଥିଲା, କିନ୍ତୁ ‘ଜମାଇ ରାଜା’ ରେ ସିଦ୍ଧାର୍ଥ ଖୁରାନା ଭୂମିକା ତାଙ୍କୁ ଜଣେ ଟିଭିର ବଡ଼ ଷ୍ଟାର କରିଥିଲା।
ଟିଭି ବ୍ୟତୀତ, ଏହି ଅଭିନେତା ରିଆଲିଟି ଶୋ’ରେ ମଧ୍ୟ ନଜରଆସିଛନ୍ତି ଏବଂ ସେଗୁଡ଼ିକୁ ସେ ହୋଷ୍ଟ କରିଛନ୍ତି। ସେ ‘ନଚ୍ ବଲିଏ ୫’, ‘ଖତରୋଁ କେ ଖିଲାଡି ୮’ ରେ ଅଂଶଗ୍ରହଣ କରିଥିଲେ ଏବଂ ଅନେକ ଶୋ’ ହୋଷ୍ଟ କରିଥିଲେ। ଏବେ, ସେ ଅପକମିଙ୍ଗ୍ ଫିଲ୍ମ ‘ରାମାୟଣ’ ରେ ଲକ୍ଷ୍ମଣ ଭୂମିକାରେ ନଜର ଆସିବେ ଯାହା ତାଙ୍କର ହିନ୍ଦୀ ଫିଲ୍ମ ଡେବ୍ୟୁ । ରବି ଦୁବେ ‘ରାମାୟଣ’ରେ ଲକ୍ଷ୍ମଣ ଭୂମିକା ଗ୍ରହଣ କରିବା ବିଷୟରେ ତାଙ୍କର ଖୁସି ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି, "ମୁଁ ମୋର ପ୍ରଥମ ହିନ୍ଦୀ ଫିଲ୍ମ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ୨୧ ବର୍ଷ ଧରି କଠିନ ପରିଶ୍ରମ କରିଛି। ମୁଁ ବିଶ୍ୱାସ କରେ ଯେ ସବୁବେଳେ ନୂଆ ଦର୍ଶକ ରହିଥାନ୍ତି, ଯେଉଁମାନଙ୍କ ସହିତ ଯୋଡ଼ି ହୋଇ ରହିବା ଜରୁରୀ ଏବଂ ଏଥିପାଇଁ ସଠିକ ମଞ୍ଚ ମିଳିବା ମଧ୍ୟ ଜରୁରୀ। ରାମାୟଣ ଠାରୁ ଭଲ ଚ୍ୟାଲେଞ୍ଜ ଆଉ କିଛି ନାହିଁ।" ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ରବି ଦୁବେ କିଏ ତାହା ଲୋକଙ୍କୁ କହିବାର ଆବଶ୍ୟକତା ଅନୁଭବ କରୁଛନ୍ତି କି, ଯାହାର ଉତ୍ତରରେ ସେ କହିଛନ୍ତି, ତାଙ୍କ କ୍ୟାରିୟରର ଏହି ସମୟରେ ନୂତନ ଦର୍ଶକ ତାଙ୍କ ସହିତ ଯୋଡି ହେଉଥିବାରୁ ସେ କୃତଜ୍ଞ। ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କର ଆଶା ଏବଂ ମହତ୍ୱାକାଂକ୍ଷା ଏତେ ଅଧିକ ନୁହେଁ।

ସେ ଏହା ମଧ୍ୟ କହିଛନ୍ତି, "ଏହା ମୋ ପାଇଁ ଏକ ବଡ଼ ସୁଯୋଗ। ନିର୍ମାତା ମୋ ଉପରେ ବହୁତ ଭରସା ରଖିଛନ୍ତି, ଯଦିଓ କେହି ମୋତେ ପୂର୍ବରୁ କୌଣସି ହିନ୍ଦୀ ଫିଲ୍ମରେ ଦେଖି ନାହାଁନ୍ତି। ଏହି ପ୍ରୋଜେକ୍ଟ ତାଙ୍କ ପାଇଁ ଏକ ନୂତନ ଆରମ୍ଭ, ଯେଉଁଠାରେ ସେ ନିଜକୁ ଏକ ନୂତନ ଅବତାରରେ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରିବେ। Also Read-Selena Gomez Pregnancy Rumors: ପ୍ରେଗନେଣ୍ଟ ଅଛନ୍ତି ସେଲିନା ? ଫଟୋ ଦେଖି ଫ୍ୟାନ୍ସ କରୁଛନ୍ତି ପ୍ରଶ୍ନ
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7