କଟକ ୦୫।୦୮: ଘନେଇଲା ବିବାଦ । ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ହଷ୍ଟେଲ୍ର ସମସ୍ତ ଓ୍ୱାର୍ଡେନ ଇସ୍ତଫା ପ୍ରଦାନ କରିଛନ୍ତି । ହଷ୍ଟେଲ ଦାୟିତ୍ୱରୁ ଓହରିବା ସହ ଭିସିଙ୍କୁ ଇସ୍ତଫା ଦେଇଥିବା ସୂଚନା । ଖବର ଅନୁଯାୟୀ, ଦିନ ଗଡ଼ିବା ସହ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିବାଦ ବଢିବାରେ ଲାଗିଛି ।ପରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କ୍ୟାମ୍ପସରେ ପହଞ୍ଚି ଛାତ୍ରଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ଚିଫ୍ ଓ୍ୱାର୍ଡେନ ଏବଂ କିଛି ଅଧ୍ୟାପକଙ୍କ ଉଦ୍ଦେଶ୍ୟରେ ବିଧାୟକ ଅରୁଚିକର ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା । ଏହାପରେ ବିବାଦ ବଢିଥିଲା । ଶେଷରେ ମଙ୍ଗଳବାର ଦିନ ରେଭେନ୍ସା ବିଶ୍ୱବିଦ୍ୟାଳୟର ହଷ୍ଟେଲର ସମସ୍ତ ଓ୍ୱାର୍ଡେନ ଏବଂ ଡେପୁଟି ଓ୍ୱାର୍ଡେନ ଇସ୍ତଫା ଦେଇଛନ୍ତି । -ପାକିସ୍ତାନରେ କିଛି ବଡ଼ ହେବାକୁ ଯାଉଛି : ହଟିବେ ଶେହଓ୍ୱାଜ୍, ପୁଣି ଫେରିବ ସେନା ଶାସନ !
