Dailyhunt

ରୋଗୀଣା ବାପାକୁ ହସ୍ପିଟାଲରେ ଦେଖିବାକୁ ଆସିଥିଲା ପୁଅ... ଘରକୁ ଫେରିବା ବାଟରେ ଜଗିଥିଲା ଯମ

NEWS7 1 week ago
 Accident in Balangir: ଜୀବନ ଯନ୍ତ୍ରଣାରେ ହସ୍ପିଟାଲରେ ଚିକିତ୍ସିତ ବାପାକୁ ଦେଖିବାକୁ ଆସିଥିଲା ପୁଅ । ହେଲେ ଜାଣିନଥିଲା ଘରକୁ ଫେରିବା ବାଟରେ ଜଗି ବସିଛି କାଳ ରୂପୀ ଟ୍ରକ। ଟ୍ରକଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ଟାଉନ ଥାନା ବିଜାଖମନ ଠାରେ ଘଟିଛି। ସୂଚନା ଅନୁଯାୟୀ, କୁଡ଼ାସିଂହା ଗାଁର ୨୪ ବର୍ଷୀୟ ଯୁବକ ବବୁଲ କାଳସାଏଙ୍କ ଦୁର୍ଘଟଣାରେ ଜୀବନ ଯାଇଛି।
ବବୁଲଙ୍କ ବାପା ବୃନ୍ଦାବନ କାଳସାଏଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଆଜି ବାପାଙ୍କୁ ହସ୍ପିଟାଲରେ ଦେଖା କରି ଗାଁ କୁ ଫେରିବା ବାଟରେ ଏଭଳି ଘଟଣା ଘଟିଛି। ଅଜଣା ଗାଡି ଧକ୍କାଦେବା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି। ଉକ୍ତ ଗାଡିଟି ଟ୍ରକ ଥିଲା ବୋଲି ସ୍ଥାନୀୟ ଲୋକ କହୁଛନ୍ତି।

ମୃତ ଯୁବକ ଚଳିତ ଥର ଫରେଷ୍ଟ ଗାର୍ଡର ପରୀକ୍ଷା ଦେଇଥିଲେ। କଲେଜ ହଷ୍ଟେଲରୁ ବିଟେକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ, ନିର୍ଯାତନା ଦେଉଥିଲେ ସିନିୟର ! ଆଇଟିଆଇ କରୁଥିବା ବେଳେ ଘରର ବଡ଼ ପୁଅ ବୋଲି ଅନ୍ୟ ସ୍ଥାନରେ କାମ କରି ପରିବାର କୁ ମଧ୍ୟ ଚଳାଉଥିଲେ। ଏନେଇ ବାପାଙ୍କ ଦେହକୁ ନେଇ ଚିନ୍ତାରେ ଥିବା ପୁଅ ନିଜେ ଚାଲିଯିବା ବେଳେ ପରିବାର ଭାଙ୍ଗି ପଡିଛି। ଏନେଇ ମୃତ ଯୁବକ ବବୁଲଙ୍କ ବାପା ମଧ୍ୟ ତାଙ୍କ ପୁଅର ମୃତ୍ୟୁକୁ ନେଇ ଭରସା କରିପାରି ନାହାନ୍ତି। ଏନେଇ କେଉଁ ଗାଡି ଧକ୍କା ଦେଲା ତାକୁ ଧରି ଉଚିତ କାର୍ଯ୍ୟାନୁଷ୍ଠାନ ସହ କ୍ଷତି ପୂରଣ ଦାବି କରିଛନ୍ତି ପରିବାର ଲୋକ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7