Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ସାମାଜିକ କର୍ମୀ ଆନ୍ନା ହଜାରେ ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

NEWS7 2 weeks ago
 ମୁମ୍ବାଇ: ସାମାଜିକ କର୍ମୀ ଆନ୍ନା ହଜାରେ ଅସୁସ୍ଥ । ଜ୍ୱର ଓ ଶରୀରରେ ଜଳୀୟ ଅଂଶ କମିଯିବା କାରଣରୁ ତାଙ୍କୁ ସୋମବାର ମୁମ୍ବାଇର ଏକ ପ୍ରମୁଖ ହସ୍ପିଟାଲର ଆଇସିୟୁ (ICU)ରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଆନ୍ନା ହଜାରେଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିଲା।
ତାଙ୍କୁ ଭୀଷଣ ଜ୍ୱର, କାଶ ଏବଂ ଶାରୀରିକ ଦୁର୍ବଳତା ଅନୁଭବ ହେଉଥିଲା। ଏହା ପରେ ତାଙ୍କ ଗାଁର କିଛି ଲୋକ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ଆଣି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଗୌତମ ଭନଶାଲୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ବିଶେଷଜ୍ଞ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ପ୍ରାଥମିକ ଯାଞ୍ଚରୁ ତାଙ୍କୁ ଭୂତାଣୁ ଜନିତ ସଂକ୍ରମଣ (ଭାଇରାଲ୍ ଇନଫେକସନ) ସହ ଡିହାଇଡ୍ରେସନ ହୋଇଥିବା ଜଣାପଡ଼ିଛି।

ମଣିପୁରରେ ହେବନି ଜନଗଣନା, ଜାଣନ୍ତୁ କେନ୍ଦ୍ର ସରକାର କାହିଁକି ନେଲେ ଏହି ବଡ଼ ନିଷ୍ପତ୍ତି ସୂଚନାଯୋଗ୍ୟ ଯେ, ୮୯ ବର୍ଷୀୟ ଆନ୍ନା ହଜାରେ ଦେଶରେ ଦୁର୍ନୀତି ବିରୋଧୀ ଆନ୍ଦୋଳନର ଏକ ପ୍ରମୁଖ ଚେହେରା। ବିଶେଷ କରି ୨୦୧୧ ମସିହାରେ 'ଇଣ୍ଡିଆ ଅଗେନଷ୍ଟ କରପସନ' ବ୍ୟାନରରେ ଜନ ଲୋକପାଳ ବିଲ୍ ପାଇଁ ସେ କରିଥିବା ଅନଶନ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ଏହା ବ୍ୟତୀତ ମହାରାଷ୍ଟ୍ରର ନିଜ ଗାଁ 'ରାଲେଗାଁ ସିଦ୍ଧି'କୁ ଏକ ଆଦର୍ଶ ଗ୍ରାମରେ ପରିଣତ କରି ଜଳ ସଂରକ୍ଷଣ ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ସେ ସାରା ବିଶ୍ୱ ପାଇଁ ଉଦାହରଣ ସାଜିଛନ୍ତି। ବର୍ତ୍ତମାନ ତାଙ୍କ ଆଶୁ ଆରୋଗ୍ୟ କାମନା କରି ସାରା ଦେଶରେ ପ୍ରାର୍ଥନା କରାଯାଉଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7