ଛତ୍ରପୁର: ସମୁଦ୍ର ବେଳାଭୂମିରେ ଆବିର୍ଭୂତ ହେଲା ମନ୍ଦିର। ଦେଖାଯାଉଛି ମନ୍ଦିରର ଚୂଡ଼ା। ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରୁ ଏକ ମନ୍ଦିରର ଶିଖର ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଏହାକୁ ଗଙ୍ଗାଦେବୀ ମନ୍ଦିର ବୋଲି କହୁଥିବା ବେଳେ, ଏହା ୨୦ରୁ ୨୫ ବର୍ଷ ତଳର ମନ୍ଦିର ବୋଲି କୁହାଯାଇଛି।