ଆସ୍ତରା, ୦୮/୦୪ : ଥରିଲା ସମୁଦ୍ର । ପାଣି ଭିତରେ ଆସିଲା ଭୂମିକମ୍ପ । କୂଳ ଆଗକୁ ମାଡି ଆସିଲା ପାଣି । ସବୁଠି ଭୟର ମାହୋଲ । ସୁନାମି ଆଶଙ୍କାରେ ଲୋକେ । ଗୋଟିଏ ନୁହେଁ ଲଗାତାର ସମୁଦ୍ର ଭିତରେ ଆସିଛି ସିରିଜ୍ ଭୂମିକମ୍ପ । Also Read :-Israel Iran war news: ୟୁଏସ- ଇରାନ ଯୁଦ୍ଧ ବିରାମରେ ସାମିଲ ନୁହେଁ ଲେବାନନ: ହେଜବୁଲ ଉପରେ ଆକ୍ରମଣ ଜାରି ରଖିବ ଇସ୍ରାଏଲ୍!ବୁଧବାର କାସପିଆନ ସାଗରରେ ପ୍ରଥମେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଆଜାରବୈଜାନ ନ୍ୟାଶନାଲ ଆକାଡେମୀର ରିପୋର୍ଟ ଅନୁସାରେ, ପ୍ରଥମେ ଯେଉଁ ଦୁଇଟି ଭୂମିକମ୍ପ ଆସିଥିଲା ତାହାରତୀବ୍ରତା ରିକ୍ଟର ସ୍କେଲରେ ଥିଲା ୩.୨ ଏବଂ ୩.୦। ଏହାପରେ ଆଉ ଥର ସମୁଦ୍ର ଥରିଥିଲା । ଭୂପୃଷ୍ଣରୁ ୨୦-୨୧ କିଲୋମିଟର ଭିତରେ ଏହାର କେନ୍ଦ୍ରସ୍ଥଳୀ ଥିବା କୁହାଯାଉଛି ।
ଆଜାରବୈଜାନରେ ଅଧିକ ପ୍ରଭାବ ଭୁମିକମ୍ପ ଝଟକା ଲାଗିବା ପରେ ଆଜାରବୈଜାନର ଦକ୍ଷିଣ ପ୍ରାନ୍ତରେ ଏହାରପ୍ରଭାବଅନୁଭୂତ ହୋଇଛି । ଦେଶର ଲଙ୍କାରନ ଏବଂ ଅସ୍ତାରାରେ ଲୋକେ ଝଟକା ଅନୁଭୂତ କରିଛନ୍ତି । ତେବେ ଏଥିରେ କେହି ମୃତାହତ କିମ୍ବା କକିଛି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିପାରିନାହିଁ । ସ୍ଥାନୀୟ ପାମିପାଗବିତ୍ ଘଟଣା ଉପରେ ନଜର ରଖିଛନ୍ତି ।
