ଭୁବନେଶ୍ବର: ବାଲିଅନ୍ତା ଥାନା ସୌମ୍ୟ ରଞ୍ଜନ ହତ୍ୟା ଘଟଣାର ତଦନ୍ତ ପାଇଁ ଓଡ଼ିଶା ଆସିବେ ଜାତୀୟ ମାନବାଧିକାର କମିଶନ। ଆସନ୍ତା ଜୁନ୍ ୧ରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଗସ୍ତରେ ଆସି ତଦନ୍ତ କରିବେ ଏନଏଚଆରସିର ୨ ଜଣିଆ ସଦସ୍ୟ । ଟିମ୍ ବାଲିଅନ୍ତା ଯାଇ ସେଠାରେ ଗ୍ରାଉଣ୍ଡ ଜିରୋରୁ ଆରମ୍ଭ କରିବେ ଯାଞ୍ଚ୍। ମିଳିଥିବା ସୂଚନା ଅନୁସାରେ, ସୌମ୍ୟଙ୍କ ସାଙ୍ଗ ଓମ୍, ଦୁଇ ଯୁବତୀ, ସେଠାରେ ଥିବା ସାକ୍ଷୀ ଓ ଘଟଣା ବେଳେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କୁ କରିବେ ପଚରାଉଚରା ଟିମ୍।ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ, ଏପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଆହୁରି ୧୦ଜଣଙ୍କୁ ଚିହ୍ନଟ କରାଯାଇଥିବା ଡିଆଇଜି କହିଛନ୍ତି । ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଟେକ୍ନିକାଲ ୱିଙ୍ଗ୍ ସ୍ଥାନୀୟ ଗୁଇନ୍ଦା ଓ ଭିଡିଓ ଫୁଟେଜକୁ ନେଇ ତଦନ୍ତକୁ ଆଗକୁ ବଢ଼ାଉଛି । ଅନ୍ୟ ଅଭିଯୁକ୍ତ ଖୁବ୍ଶୀଘ୍ର ଗିରଫ ହେବେ ବୋଲି କହିଥିଲେ ଡିଆଇଜି।
