Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଶ୍ରାବଣର ପ୍ରଥମ ସୋମବାରରେ ବାବା ଧବଳେଶ୍ୱରଙ୍କ ପୀଠ ହେବ ତ ଜଳଲାଗି ? ଦ୍ୱନ୍ଦ୍ୱରେ କାଉଡ଼ିଆ, ପୂଜକ...

NEWS7 1 week ago
 ଆଠଗଡ଼ ୦୨।୦୮ : ଧବଳେଶ୍ୱର ପୀଠରେ ଦ୍ୱନ୍ଦ । ଶ୍ରାବଣମ ପ୍ରଥମ ସୋମବାରରେ ବାବା ଧବଳେଶ୍ୱରଙ୍କ ପୀଠରେ ଜଳ ଲାଗି ନେଇ ଲାଗିଛି ଦ୍ୱନ୍ଦ । ମହାନଦୀରେ ବନ୍ୟା ପାଇଁ ଦର୍ଶନ ଓ ଜଳଲାଗି ଉପରେ ଲାଗିଛି କଟକଣା । ଧବଳେଶ୍ୱର ପୀଠକୁ ନଯିବା ଲାଗି ଭକ୍ତଙ୍କୁ ବାରଣ କରାଯାଇଛି। ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଏଭଳି କଟକଣା ବଳବତ୍ତର ରହିବ ବୋଲି କଟକ ଜିଲ୍ଲା ପ୍ରଶାସନ କଟକଣା ଜାରି ହୋଇଥିଲା।
କଟକଣା ପାଇଁ ଦ୍ୱନ୍ଦ୍ୱ ହଜାର ହଜାର କାଉଡ଼ିଆ। ସୋମବାର ବାବା ଧବଳେଶ୍ବରଙ୍କୁ କେମିତି କରିବେ ଜଳଲାଗି। କାଉଡ଼ିଆଙ୍କ ସହ ଶ୍ରଦ୍ଧାଳୁ ଓ ମନ୍ଦିର ପୂଜକ ସମାଜ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଜଳଲାଗି ଓ ଦର୍ଶନ ସମ୍ପର୍କରେ ପ୍ରଶାସନର ପରବର୍ତ୍ତୀ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି।

ଖବର ଅନୁଯାୟୀ, ମହାନଦୀରେ ବନ୍ୟା ସ୍ଥିତି ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗଷ୍ଟ ୩ ତାରିଖ ଯାଏ କଟକଣା ଜାରି ହୋଇଥିଲା। ଫଳରେ ଆଠଗଡ଼ ବାବା ଧବଳେଶ୍ୱର ପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାରର ଜଳଲାଗିକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ରାତିପାହିଲେ ଶ୍ରାବଣର ପ୍ରଥମ ସୋମବାର ଥିବାରୁ ବନ୍ୟା ପରିସ୍ଥିତି ଓ ପ୍ରଶାସନିକ କଟକଣା କାରଣରୁ କାଉଡ଼ିଆ, ଶ୍ରଦ୍ଧାଳୁ ଓ ପୂଜକ ସମାଜ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଜଳଲାଗି ଓ ଦର୍ଶନ ସମ୍ପର୍କରେ ପ୍ରଶାସନର ପରବର୍ତ୍ତୀ ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। -ଧରା ପଡିଲା ଟପ୍ ଆତଙ୍କବାଦୀର ଗାର୍ଲଫ୍ରେଣ୍ଡ୍ ! ମିଳିମିଶି କରୁଥିଲେ ପ୍ଲାନ୍, ମନ୍ତ୍ରୀଙ୍କ ପୁଅଙ୍କୁ ଫସାଇଥିଲେ...
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7