Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଶ୍ରାବଣରେ ମଟନ୍ ଖାଇବାକୁ ଜିଦ୍ କଲା ପୁଅ , ଗଡ ଗଡ କରି ହାଣିଲା ବାପା

NEWS7 1 week ago
 ନୂଆଦିଲ୍ଲୀ ୨୮।୦୮; ପୁଣେରୁ ଏକ ଦୁଃଖଦ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପବିତ୍ର ଶ୍ରାବଣ ମାସରେ ଘରେ ନିରାମିଷ ଖାଦ୍ୟ ପ୍ରସ୍ତୁତ ହେଉଥିବାବେଳେ, ମଦ୍ୟପ ପୁଅ ମଟନ୍ ଖାଇବାକୁ ଜିଦ୍ ଧରିଥିଲେ। ଏହି ସାମାନ୍ୟ କଥାକୁ ନେଇ ବାପା ଏବଂ ପୁଅଙ୍କ ମଧ୍ୟରେ ଏପରି ଉତ୍ତେଜନା ସୃଷ୍ଟି ହେଲା ଯେ, କ୍ରୋଧାତ ହୋଇ ବାପା ନିଜ ପୁଅର ଜୀବନ ନେଇଗଲେ।
ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ଯେ, ମୃତକ ମହେଶ ଜଣେ ମଦ୍ୟପ ଥିଲେ ଏବଂ କୌଣସି କାମଧନ୍ଦା କରୁନଥିଲେ। ସେ ପ୍ରାୟତଃ ମଦ ପିଇ ସାରିବା ପରେ ରାତ୍ରୀଭୋଜନ ପାଇଁ ବାପା-ମାଆଙ୍କ ଘରକୁ ଆସୁଥିଲେ। ବର୍ତ୍ତମାନ ପବିତ୍ର ଶ୍ରାବଣ ମାସ ଚାଲିଥିବାରୁ ପରିବାରରେ ଆମିଷ ରନ୍ଧା ହେଉନଥିଲା। ଗତ ଅଗଷ୍ଟ ୨୪ ତାରିଖ ରାତିରେ ମହେଶ ମଦ ପିଇକି ଘରେ ପହଞ୍ଚିବା ପରେ ମଟନ୍ ଖାଇବା ପାଇଁ ଜିଦ୍ ଧରିଥିଲେ।

ଘରେ ଏହାକୁ ବିରୋଧ କରାଯିବାରୁ ବାପା-ପୁଅଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ହୋଇ ବାପା ଭାଗବତ ପୁଅର ମୁହଁ ଏବଂ ମୁଣ୍ଡରେ ନିର୍ମମ ଭାବେ ଆକ୍ରମଣ କରିଥିଲେ। ଯାହାଫଳରେ ଘଟଣାସ୍ଥଳରେ ହିଁ ମହେଶଙ୍କର ମୃତ୍ୟୁ ହୋଇଥିଲା। ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ପୁଅର ମୃତ୍ୟୁ ବିଷୟ ଜାଣିବା ସତ୍ତ୍ୱେ ମାଆ ପାର୍ବତୀ ନିଜ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଘଟଣାଟିକୁ ଲୁଚାଇ ରଖିଥିଲେ , ଯେଉଁଥିପାଇଁ ପୋଲିସକୁ ସୂଚନା ଦେଇନଥିଲେ।

ତାଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ମଧ୍ୟ ରହିଛି। ମୃତକଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଉଭୟ ବାପା ଏବଂ ମାଆଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7