Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଭାରତର ଜଣେ କି ଦୁଇ ଜଣ ନୁହେଁ, ୪ ଖେଳାଳି ବାହାର; ପଞ୍ଚମ ଖେଳିବା ନେଇ ସନ୍ଦେହ

NEWS7 1 week ago
 ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଅଗଷ୍ଟ ୧୫ରୁ ଆରମ୍ଭ ହେବ। ଦ୍ଵିତୀୟ ମ୍ୟାଚ୍ ଅଗଷ୍ଟ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ତେବେ ଏହି ସିରିଜ୍ ପୂର୍ବରୁ ଭାରତୀୟ ଦଳର ଚିନ୍ତା ଥମିବାର ନାଁ ନେଉନି। କାରଣ ଜଣେ ପରେ ଜଣେ ଖେଳାଳି ଆହତ ଜନିତ ସମସ୍ୟା ପାଇଁ ଫିଟ୍ ହୋଇ ପାରି ନାହାନ୍ତି।
ଫଳରେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଦଳ ପାଇଁ ଏହା ବହୁତ ବଡ଼ ଝଟକା ହୋଇଛି। ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଦୃଷ୍ଟିରୁ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଭାରତ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। କାରଣ ଦଳକୁ ଯଦି ଫାଇନାଲ୍ ଦୌଡ଼ରେ ରହିବାର ଅଛି ତେବେ ଏହି ସିରିଜ୍ ଜିତିବା ନିହାତି ଆବଶ୍ୟକ। ଯଦି ଦଳ ପରାଜିତ ହୁଏ ତେବେ ଡବ୍ଲ୍ୟୁଟିସି ଦୌଡ଼ରୁ ବାଦ୍ ପଡ଼ିବାର ସମ୍ଭାବନା ବଢିଯିବ।

ତେବେ ଦଳକୁ ସନ୍ତୁଳନ ପ୍ରଦାନ କରୁଥିବା ଚାରି ଷ୍ଟାର ଖେଳାଳି ଆହତ କାରଣରୁ ସିରିଜରୁ ବାହାରି ସାରିଛନ୍ତି। ପାକିସ୍ତାନ ହାତମୁଠାରୁ ବିଜୟ ଛଡାଇ ଆଣିଲା ଭାରତ, ଟିମ୍ ଇଣ୍ଡିଆକୁ ଜିତାଇଲେ ଧାଓ୍ୱନ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଜଂଘର ମାଂସପେଶୀ ଟାଣି ଧରିବାରୁ ତାଙ୍କୁ ଦଳରେ ସ୍ଥାନ ମିଳିନି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ନୀତିଶ କୁମାର ରେଡ୍ଡୀ କେବଳ ସୀମିତ ଓଭର କ୍ରିକେଟରେ ଭାରତ ପାଇଁ ଉପଯୋଗୀ ସାବ୍ୟସ୍ତ ହୁଅନ୍ତିନି ବରଂ ଟେଷ୍ଟ ପାଇଁ ମଧ୍ୟ ଦଳକୁ ସନ୍ତୁଳନ ପ୍ରଦାନ କରନ୍ତି। ରେଡ୍ଡୀ ନ ରହିବା ଦଳ ପାଇଁ ବହୁତ ବଡ଼ ଝଟକା।

ଓ୍ଵାଶିଂଟନ ସୁନ୍ଦରଙ୍କ ପାଦରେ ଆଘାତ ଲାଗିଥିବାରୁ ତାଙ୍କୁ ଶ୍ରୀଲଙ୍କା ସିରିଜରୁ ବାଦ୍ ଦିଆଯାଇଛି। ହର୍ଷିତ ରାଣା ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି। ସେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଦଳ ପାଇଁ ଉପଯୋଗୀ ଯୋଗଦାନ ଦେଇଥାନ୍ତି। ପୁଣି ଦଳର ପ୍ରମୁଖ ଅସ୍ତ୍ର ଯଶପ୍ରୀତ ବୁମରା ମଧ୍ୟ ଆହତ ସମସ୍ୟା କାରଣରୁ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି।

ତାଙ୍କ ସ୍ଥାନରେ ଆକିବ ନବୀ ଡାରଙ୍କ ଚୟନ ହୋଇଛି। ସେହିପରି ସାଇ ସୁଦର୍ଶନଙ୍କ ଖେଳିବା ନେଇ ମଧ୍ୟ ସଂଶୟ ରହିଛି।କାରଣ ତାଙ୍କର ଫିଟନେସ୍ ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି। ଯଦି ସ୍ଵାସ୍ଥ୍ୟ ଯାଞ୍ଚ ବେଳେ ସାଇ ସୁଦର୍ଶନ ଅନଫିଟ୍ ରୁହନ୍ତି ତେବେ ଦଳକୁ ପଞ୍ଚମ ଝଟକା ଲାଗିପାରେ। ଏମିତି ସ୍ଥିତିରେ ଶୁଭମନ ଗିଲଙ୍କ ଟିମ୍ କାଗଜରେ ବହୁତ ଦୁର୍ବଳ ନଜର ଆସିବ। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତର ସଦ୍ୟତମ ଦଳ ଶୁଭମନ ଗିଲ୍(ଅଧିନାୟକ), କେଏଲ ରାହୁଲ(ଉପଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ସାଇ ସୁଦର୍ଶନ(ଫିଟନେସ୍ ଉପରେ ନିର୍ଭର), ଧ୍ରୁବ ଜୁରେଲ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମାନବ ସୁଥାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଗୁରନୁର ବରାର, ଦେବଦତ୍ତ ପାଡିକଲ, ସାରାଂଶ ଜୈନ, ଆକିବ ନବୀ ଡାର।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7