ପୁରୀ ୧୦।୦୯ : ବଡ଼ଠାକୁରଙ୍କ ବଡ଼ ମହାସ୍ନାନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଭିତର କାଠ ନିକଟରେ ବାନ୍ତି ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଗୁରୁବାର ସକାଳ ଧୂପ ପରେ ଚାଲିଥିଲା ଭିତରକାଠ ଦର୍ଶନ। ତେବେ ଭିତର କାଠ ନିକଟରେ ବାନ୍ତି ପଡ଼ିଥିବାର କିଛି ସେବାୟତ ଦେଖିଥିଲେ।