ଖବର ପାଇ ରବିବାର ରାତି ପ୍ରାୟ ୯ଟା ବେଳେ ରଘୁନାଥପାଲି ପୋଲିସ ସେଠାରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୋଲିସ ଦୁଇ ଜଣଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତି ଅଭିଯୋଗରେ ଜଣେ ମହିଳାଙ୍କ ସହ ୩ ଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି । - ବନ୍ୟା କ୍ଷୟକ୍ଷତିର ଆକଳନ ଆରମ୍ଭ, ରିଲିଫ୍ ସେଣ୍ଟର ପରିଚାଳନା ପାଇଁ ଦିଆଯାଇଛି ୨୬ କୋଟି ଅଟକ ଥିବା ମହିଳା ପୂର୍ବରୁ ରାଉରକେଲାର ଫର୍ଟିଲାଇଜର ଅଞ୍ଚଳରେ ଏଭଳି ଦେହ ବ୍ୟବସାୟରେ ଥିଲେ ଏବଂ ଜେଲ୍ ଯାଇ ଜାମିନରେ ଆସିବା ପରେ ପୁଣି ଏହି କାରବାର ଆରମ୍ଭ କରିଥିବା ଜଣାପଡିଛି । ଅଟକ ଥିବା ତିନି ଯୁବକ ରାଉରକେଲା ଅଞ୍ଚଳର ବୋଲି ଜଣାପଡ଼ିଛି । ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।