Dailyhunt

ସିଜଫାୟାର ମଧ୍ୟରେ ଆସିଲା ଇରାନ ନେଭିର ଧମକ୍, କହିଲା- ବିନା ଅନୁମତିରେ ପାର ହେବନି ଗୋଟେ ବି ଜାହାଜ

NEWS7 2 days ago
 ତେହେରାନ: ଆମେରିକା-ଇରାନ ଯୁଦ୍ଧବିରାମ ମଧ୍ୟରେ ଇରାନ ନେଭି ଷ୍ଟ୍ରେଟ୍ ଅଫ ହୋର୍ମୁଜକୁ ନେଇ ବଡ଼ ବୟାନ ଦେଇଛି। କହିଛି ଯେ ସମୁଦ୍ରରେ ଅଟକି ରହିଥିବା ଜାହାଜ ଆମ ଅନୁମତି ବିନା ହୋର୍ମୁଜ ପାର କରିପାରିବେନି। ଏଥିରେ ଯଦି କେହି ଖିଲାଫ କରେ ତାକୁ ପରିଣାମ ଭୋଗିବାକୁ ପଡିବ। ଇରାନର ଏହି ଧମକ ସେତେବେଳେ ଆସିଛି ଯେତେବେଳେ ଯୁଦ୍ଧ ବିରାମ ଘୋଷଣାକୁ ୧୨ ଘଣ୍ଟା ବି ପୁରଣ ହୋଇନି।
ଆମେରିକୀୟ ଗଣମାଧ୍ୟମରେ ଇରାନର ଏହି ଧମକ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦି ୱାଲଷ୍ଟ୍ରିଟ ଜର୍ଣ୍ଣାଲ ରିପୋର୍ଟରେ ଉଲ୍ଲେଖ କରିଛି ଯେ ହୋର୍ମୁଜରେ ଫଶି ରହିଥିବା ଜାହାଜଙ୍କୁ ସେଠାରୁ ବାହାରିବାକୁ ଏବେବି ଇରାନର ଅନୁମତି ନେବାକୁ ପଡିବ। ସେହିସବୁ ଜାହାଜଙ୍କୁ ରେଡିଓ ମାଧ୍ୟମରେ ଏହି ବାର୍ତ୍ତା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଇରାନ ଓ ଆମେରିକା ମଧ୍ୟରେ ସିଜଫାୟାର ୧୨ ଘଣ୍ଟା ପୂର୍ବରୁ ହୋଇଛି।

ଇତି ମଧ୍ୟରେ ମଧ୍ୟପ୍ରାଚ୍ୟ ଉପରେ ପୁଣି ଆକ୍ରମଣ ଆରମ୍ଭ ହୋଇଯାଇଛି। ଏଥି ପାଇଁ ପ୍ରଥମେ ଆମେରିକା ଓ ଇସ୍ରାଏଲ ବାୟୁସେନା ଇରାନ ରିଫାଇନାରୀ ଉପରେ ଆକ୍ରମଣ କରିଥିଲା। ଇରାନ ଏଥିରେ ଜବାବୀ କାର୍ଯ୍ୟାନୁଷ୍ଠାନ କରିଛି। ଇରାନ ପକ୍ଷରୁ ୟୁଏଇ ଓ କ୍ୱେତ ଉପରକୁ ଡ୍ରୋନ ଏବଂ ମିଜାଇଲ ମାଡ଼ କରାଯାଇଛି।

୨ ସପ୍ତାହର ସିଜଫାୟାର ପାଇଁ ହୋଇଛି ସହମତି ବୁଧବାର ଭୋର ୪ଟା (ଭାରତୀୟ ସମୟ)ରେ ଆମେରିକା ଓ ଇରାନ ମଧ୍ୟରେ ୨ ସପ୍ତାହ ଲାଗି ସିଜଫାୟାର ନିମନ୍ତେ ସହମତ ହୋଇଥିଲା। ହେଲେ ମାତ୍ର କିଛି ଘଣ୍ଟା ପରେ ଇରାନ ରିଫାଇନାରୀରେ ଜୋରଦାର ବିସ୍ଫୋରଣ ହୋଇଛି। ମିଡିଆ ରିପୋର୍ଟ ଅନୁସାରେ ଏହି ରିଫାଇନାରୀ ଲାବୋନ ଦ୍ୱୀପରେ ରହିଛି। ୧୪ ଦିନ ପାଇଁ ହୋଇଛି ଯୁଦ୍ଧବିରାମ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧବିରାମ ବୁଝାମଣା ଅନୁସାରେ ଇରାନ ବିରୋଧରେ ଆକ୍ରମଣକୁ ୨ ସପ୍ତାହ ଲାଗି ସର୍ତ୍ତମୂଳକ ରୋକିବାକୁ ଘୋଷଣା କରିଛନ୍ତି।

ଏହି ପଦକ୍ଷେପକୁ ସେ ରଣନୈତିକ ରୂପେ ଗୁରତ୍ୱପୂର୍ଣ୍ଣ ହୋର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଉଦ୍ୟମ ସହିତ ଯୋଡିଛନ୍ତି। ଇରାନ ଏହି ପ୍ରସ୍ତାବକୁ ଅସ୍ଥାୟୀ ରୂପେ ସ୍ୱୀକାର କରିବାକୁ ସଂକେତ ଦେଇଛି। ଇରାନ ବିଦେଶମନ୍ତ୍ରୀ ସୟଦ ଆବାସ ଅରାଘଚୀ କହିଛନ୍ତି ଯଦି ଇରାନ ଉପରେ ଆକ୍ରମଣ ବନ୍ଦ ହୁଏ ତେବେ ତେହେରାନ ମଧ୍ୟ ନିଜର ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବ। ଯୁଦ୍ଧରେ ହିଜବୁଲ୍ଲାହ ଇରାନକୁ ସମର୍ଥନ କରିଛି।

ଏବେ ଇରାନ ଦାବି କରୁଛି ହିଜବୁଲ୍ଲାହ ବିରୋଧରେ ଇସ୍ରାଏଲର ଆକ୍ରମଣକୁ ମଧ୍ୟ ରୋକିବାକୁ ପଡିବ। Also Read.. ​​​​​​​ଆମେରିକା-ଇରାନ ଅସ୍ତ୍ରବିରତିର ପ୍ରକୃତ 'ମାଷ୍ଟରମାଇଣ୍ଡ' କିଏ? ପାକିସ୍ତାନ ନୁହେଁ, ଚୀନ୍ ରଚିଥିଲା ଗୁପ୍ତ ରଣନୀତି
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7