ପୁରୀ: ଆଜିଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ରତ୍ନଭଣ୍ଡାର ଗଣତିମଣତି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲା ସ୍ୱତନ୍ତ୍ର ଟିମ୍। ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରବେଶ କରିଛନ୍ତି। ଆଜିଠାରୁ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି ଆରମ୍ଭ ହେବ।ଗଣତି ଦିନରେ ଭିତର କାଠ ନିକଟରୁ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ବାହାର ଭଣ୍ଡାରର ଗଣତି କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି।
ଏପ୍ରିଲ ୨୦ରେ ପବିତ୍ର ଅକ୍ଷୟ ତୃତୀୟା, ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ବିଶେଷ କରି ସୁନାବେଶ, ରାଜରାଜେଶ୍ୱର ବେଶରେ ବିଭୂଷିତ ହେଉଥିବା ସୁବର୍ଣ୍ଣ ଅଳଙ୍କାର ବାହାର ଭଣ୍ଡାରରେ ରହିଛି। ତେଣୁ ଏହାର ଗଣତି ଅଧିକ ଦିନ ଚାଲିପାରେ। ଗଣତି ଅଳଙ୍କାରର 3D ମ୍ୟାପିଂ, ଫଟୋଗ୍ରାଫି, ଭିଡିଓଗ୍ରାଫି ବି କରାଯିବ। ପରେ ମଣତି ଭଣ୍ଡାର ମେକାପଙ୍କୁ ଦିଆଯିବ।
