Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ସ୍ୱପ୍ନରେ ଶ୍ରୀକୃଷ୍ଣଙ୍କୁ ବଂଶୀ ବଜାଉଥିବାର ଦେଖିଲେ କ'ଣ ମିଳେ ସଙ୍କେତ ? ଜାଣନ୍ତୁ କାହିଁକି ଏହା ଅତ୍ୟନ୍ତ ଶୁଭ

NEWS7 2 weeks ago
 ଭୁବନେଶ୍ୱର: ଭଗବାନ ଶ୍ରୀକୃଷ୍ଣଙ୍କ ନାଁ ମନକୁ ଆସିଲେ ତାଙ୍କର ସେହି ମନଲୋଭା ହସ, ମୁଣ୍ଡରେ ମୟୂର ଚନ୍ଦ୍ରିକା ଏବଂ ହାତରେ ବଂଶୀର ଛବି ଆଖି ଆଗକୁ ଚାଲିଆସେ। କୃଷ୍ଣଙ୍କ ବଂଶୀକୁ ପ୍ରେମ ଓ ଆନନ୍ଦର ପ୍ରତୀକ ବୋଲି ଧରାଯାଏ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ନିଜ ସ୍ୱପ୍ନରେ ଶ୍ରୀକୃଷ୍ଣଙ୍କୁ ବଂଶୀ ବଜାଉଥିବାର ଦେଖନ୍ତି, ତେବେ ତାଙ୍କ ଜୀବନରେ ଏହାର ବଡ଼ ସକାରାତ୍ମକ ପ୍ରଭାବ ପଡ଼ିଥାଏ।
ମନକୁ ଶାନ୍ତି ମିଳେ ଯଦି ସ୍ୱପ୍ନରେ ମହାପ୍ରଭୁ ବଂଶୀ ବଜାଉଥିବା ରୂପରେ ଦର୍ଶନ ଦିଅନ୍ତି। ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ। ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏହା, ଜୀବନରେ ମାନସିକ ଶାନ୍ତି ଏବଂ ସକାରାତ୍ମକ ଭାବନା ଆଣିବାର ଏକ ବଡ଼ ସଙ୍କେତ ହୋଇଥାଏ। ଏହା ମାନସିକ ଅଶାନ୍ତି ଦୂର କରିବାରେ ସହାୟକ ହୁଏ।

ସମ୍ପର୍କରେ ମଧୁରତା ଆସେ: ଏଭଳି ସ୍ୱପ୍ନ ପାରିବାରିକ ଏବଂ ପ୍ରେମ ସମ୍ପର୍କ ପାଇଁ ବେଶ୍ ଲାଭଦାୟକ। ଯଦି ପରିବାର କିମ୍ବା ବୈବାହିକ ଜୀବନରେ ଦୀର୍ଘ ଦିନ ଧରି କିଛି ବିବାଦ କିମ୍ବା ତିକ୍ତତା ଚାଲିଥାଏ, ତେବେ ଏହି ସ୍ୱପ୍ନ ସୂଚନା ଦିଏ ଯେ, ଆଗାମୀ ଦିନରେ ସବୁ ସମସ୍ୟା ଦୂର ହୋଇ ସମ୍ପର୍କରେ ସୁଧାର ଆସିବ। ପ୍ରେମ ଜୀବନ ହୁଏ ସୁଖମୟ: ରାଧା- କୃଷ୍ଣଙ୍କ ପ୍ରେମ ହେଉଛି ସମର୍ପଣର ପ୍ରତୀକ। ଅବିବାହିତ ଲୋକଙ୍କ ସ୍ୱପ୍ନରେ କୃଷ୍ଣ ବଂଶୀ ବଜାଉଥିବାର ଦେଖାଦେଲେ, ଖୁବ୍ ଶୀଘ୍ର ଜୀବନକୁ କୌଣସି ଖାସ୍ ବ୍ୟକ୍ତିଙ୍କ ଆଗମନ ହେବାର ସମ୍ଭାବନା ଥାଏ।

ସେହିପରି ବିବାହିତ ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନରେ ଭଲ ପାଇବା ଓ ଆପୋଷ ବୁଝାମଣା ବୃଦ୍ଧି ପାଇଥାଏ। ଘର ଏରୁଣ୍ଡିବନ୍ଧରେ ବସିବାକୁ କାହିଁକି ମନା କରନ୍ତି ଅଭିଭାବକ? ଜାଣନ୍ତୁ ଏହାର କାରଣ ଓ ପୌରଣିକ ମାନ୍ୟତା ଆର୍ଥିକ ସମୃଦ୍ଧିର ସଙ୍କେତ: ଶ୍ରୀକୃଷ୍ଣ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଅବତାର। ତେଣୁ ତାଙ୍କର ପ୍ରସନ୍ନ ମୁଦ୍ରା ଜୀବନରେ ସୁଖ-ସମୃଦ୍ଧିର ଆଗମନକୁ ଦର୍ଶାଇଥାଏ।

ଯଦି କୃଷ୍ଣ ହସୁଥିବା ଅବସ୍ଥାରେ ବଂଶୀ ବଜାଉଥିବାର ଦେଖାଯାନ୍ତି, ତେବେ ବ୍ୟକ୍ତିଙ୍କୁ ଭବିଷ୍ୟତରେ ବଡ଼ ଆର୍ଥିକ ଲାଭ ଏବଂ କ୍ୟାରିୟରରେ ଭଲ ସୁଯୋଗ ମିଳିବାର ଯୋଗ ଆଣିଥାଏ। ସୂଚନା: ଏହି ଖବରରେ ଦିଆଯାଇଥିବା ସୂଚନା ସାଧାରଣ ଧାର୍ମିକ ମାନ୍ୟତା ଉପରେ ଆଧାରିତ। ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7