Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଟଙ୍କା ହଡ଼ପ ପାଇଁ ନାଟକ, ଶେଷରେ ନିଜେ ଫସିଲେ ବ୍ୟାଙ୍କ ମ୍ୟାନେଜର !

NEWS7 2 weeks ago
 ବାଲେଶ୍ୱର: ଟଙ୍କା ହଡ଼ପ କରିବାକୁ ନାଟକ ରଚି ଶେଷରେ ନିଜେ ଫସିଗଲେ ବ୍ୟାଙ୍କ ମ୍ୟାନେଜର। କେନ୍ଦୁଝର ଜିଲ୍ଲା ଯୋଡ଼ା ଶାଖା ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଘଟିଥିବା କୋଟି କୋଟି ଟଙ୍କାର ସୁନା ଋଣ ଘୋଟାଲାର ପର୍ଦ୍ଦାଫାଶ କରିଛି ରାଜ୍ୟ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW)। ଏହି ମାମଲାରେ ଶାଖାର ପୂର୍ବତନ ବ୍ୟାଙ୍କ ମ୍ୟାନେଜର ସତ୍ୟବ୍ରତ ଭୋଇଙ୍କୁ ଗିରଫ କରାଯାଇଛି।
ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ସତ୍ୟବ୍ରତ ଭୋଇ ନିଜ ପଦବୀର ଦୁରୁପଯୋଗ କରି ପ୍ରାୟ ୧୦୦ ଜଣ ନିରୀହ ଗ୍ରାହକଙ୍କ ନାମରେ ବ୍ୟାଙ୍କରେ ନକଲି ସୁନା ଅଳଙ୍କାର ବନ୍ଧକ ରଖିଥିଲେ। ଏହି ଉପାୟରେ ସେ ବ୍ୟାଙ୍କରୁ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଗତ ୨୧ ଅଗଷ୍ଟରେ ଏହି ବଡ଼ ଧରଣର ଆର୍ଥିକ ଅନିୟମିତତା ନେଇ ଥାନାରେ ଅଭିଯୋଗ ଦାୟର ହୋଇଥିଲା। ଅଭିଯୋଗ ପରେ EOW ତଦନ୍ତ ଭାର ଗ୍ରହଣ କରି ଘଟଣାର ଛାନଭିନ୍ ଆରମ୍ଭ କରିଥିଲା।

ଗିରଫ ପରେ ସତ୍ୟବ୍ରତଙ୍କୁ ବାଲେଶ୍ଵରର ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବିଜେପିକୁ MMDR ପ୍ରସଙ୍ଗରେ ଘେରିଲେ ବିଜେଡି ସାଂସଦ, କହିଲେ- ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରୁନି ବିଜେପି ଅନ୍ୟପକ୍ଷରେ, ଏହି ସମଗ୍ର ଘୋଟାଲାରେ ସହଯୋଗ କରିଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରାଜୁ କୁମାର ବର୍ମା ବର୍ତ୍ତମାନ ସୁଦ୍ଧା ଫେରାର ରହିଛି। ତାଙ୍କୁ ଧରିବା ପାଇଁ ପୋଲିସ ଓ EOW ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ଏବଂ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ଖୋଳତାଡ଼ ଚାଲିଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7