Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ତିନି ଦେଶ ଉପରେ ଇରାନର ଭୟଙ୍କର ଆଟାକ୍ : ଛାନିଆ ହୋଇଗଲା ଆମେରିକା !

NEWS7 3 days ago
 ତେହେରାନ, ୦୨/୦୯: କିଛି ଦିନର ନିରବତା ପରେ ମଧ୍ୟପ୍ରାଚ୍ୟ ପୁଣି ଥରେ ଥରି ଉଠିଛି । ଦୁଇଦିନ ହେଲା ଆମେରିକା ଏବଂ ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆମେରିକାର ମିସାଇଲ ଇରାନରେ ଥିବା ଆଇଆରଜିସିର ଅନେକ ବେସକୁ ଟାର୍ଗେଟ୍ କରିଛି । ଏହାର ଜବାବ ଦେଇଛି ଇରାନ । ଜୋର୍ଡାନରେ ଅବସ୍ଥିତ ପ୍ରିନ୍ସ ହସନ ଏୟାରବେସ୍ ଏବଂ ଅନ୍ୟ କିଛି ଆମେରିକୀୟ ବେସ ଉପରେ ବିଲିଷ୍ଟିକ୍ ମିସାଇଲରେ ଆକ୍ରମଣ କରାଯାଇଛି ।
ସେହିପରି ବାହାରିନର ସେଖ୍ ଇନସା ଏୟାରବେସରେ ମଧ୍ୟ ଇରାନ ଆକ୍ରମଣ କରିଛି । କୁଏତରେ ମଧ୍ୟ ଆକ୍ରମଣ କରାଯାଇଛି । କୁଏତ ଏନେଇ ସ୍ପଷ୍ଟ କରିଛି । ଜୋର୍ଡାନ ସେନା ଅନୁସାରେ, ଦେଶର ଏୟାର ଡିଫେନ୍ସ ସିଷ୍ଟମ ସୀମାରେ ପ୍ରବେଶ କରୁଥିବା ୧୩ଟିରୁ ୧୦ଟି ବାଲିଷ୍ଟିକ୍ ମିସାଇଲକୁ ଆକାଶରେ ଧ୍ୱଂସ କରିଦେଇଛି ।

ଏଥିରେ କେହି ମୃତାହତ ହୋଇ ନାହାଁନ୍ତି । ସୁସୁ ଗର୍ଜନ କରି ମାଡ଼ି ଆସୁଛି ସମୁଦ୍ର, ବୁଡିଯିବ ମୁମ୍ବାଇ-କୋଲକାତା ! ୪ ହଜାର ବର୍ଷରେ ପ୍ରଥମ ଥର ଏମିତି... ଆଇଆରଜିସି ନିଜ ବୟାନରେ କହିଛି ଯେ, ଯିଏ ଆକ୍ରମଣ କରିଛି ତାକୁ କଡା ଜବାବ ଦିଆଯାଇଛି ।

ଆକ୍ରମଣରେ ଅନେକ ୟୁଏସ ସୈନ୍ୟ ପ୍ରାଣ ହରାଇଛନ୍ତି । କିନ୍ତୁ ଆମେରିକା ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇନାହିଁ । ଅନ୍ୟଦିଗରେ ଇରାନର ସମସ୍ତ ଦାବିକୁ ଆମେରିକା ମିଛ କହିଛି । କୌଣସି ଆମେରିକୀୟ ସୈନ୍ୟ ପ୍ରାଣ ହରାଇନଥିବା ତେହେରାନ ସ୍ପଷ୍ଟ କରିଛି ।

ଇରାନ ଗଣମାଧ୍ୟମ ଆହୁରି କହିଛି ଯେ, ବାହାରିନର ଏୟାରବେସରେ ଆକ୍ରମଣ କରାଯାଇ ରାଡାର ସିଷ୍ଟମ ଏବଂ ଆମେରିକୀୟ ସୈନ୍ୟ ରହୁଥିବା ଜାଗାକୁ ଟାର୍ଗେଟ୍ କରାଯାଇଛି । ଜୋର୍ଡାନର ମଫରଫ ସହରରେ ସାଇରନ ଶବ୍ଦ ଶୁଣିବାକୁ ମିଳିଛି । ଏପରିକି କିଛି ରକେଟ୍ ଜୋର୍ଡାନ ଆକାଶରେ ପଇଁତରା ମାରୁଥିବା ଦେଖିବାକୁ ମିଳିଥିବା ଇରାନ ମିଡିଆ କହିଛି । ସୂଚନାଯୋଗ୍ୟ, କିଛି ଦିନ ହେଲା ମଧ୍ୟ ପ୍ରାଚ୍ୟ ଶାନ୍ତ ଥିଲା ।

କିନ୍ତୁ ମଙ୍ଗଳବାର ଆମେରିକା ଷ୍ଟ୍ରେଟ୍ ଅଫ୍ ହରମୋଜ୍ ନିକଟରେ ଇରାନର ଆଇଆରଜିସି ବେସକୁ ଟାର୍ଗେଟ୍ କରିଥିଲା । ଆମେରିକା ସୈନ୍ୟଙ୍କ ଉପରେ ଆକ୍ରମଣ ପୂର୍ବରୁ ଆଇଆରଜିସିକୁ ଟାର୍ଗେଟ୍ କରାଯାଇଥିବା ୟୁଏସ ସେଣ୍ଟକମ୍ କହିଥିଲା । ଯାହାପରେ ଇରାନ ମଧ୍ୟ କାଉଣ୍ଟର ଆଟାକ୍ ଦେବା ଆରମ୍ଭ କରିଛି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7