Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ମିଳିବନି ତ୍ରାହି, ଚାଲାଣ କାଟିଦେବ ଏଆଇ କ୍ୟାମେରା

NEWS7 1 week ago
 କଟକ: ଅମାନିଆ ହେବେ ସାବାଡ । ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ଆଉ ମିଳିବନି ତ୍ରାହି। ଆପଣାଛାଏଁ କଟିବ ଚାଲାଣ। କାରଣ ଜଗିଛି ଏଆଇ କ୍ୟାମେରା। କମିଶନରେଟ ପୋଲିସ ଅଧୀନରେ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଫାଇନ୍ କାଟିବ ଏଆଇ କ୍ୟାମେରା। କଟକର ବିଭିନ୍ନ ଟ୍ରାଫିକ ଛକରେ ଏଆଇ କ୍ୟାମେରା ଲଗାଯାଇ ଟ୍ରାଏଲ ଆରମ୍ଭ ହୋଇଥିବା ଡିସିପି କହିଛନ୍ତି।
ଏହା ଯୋଗୁ ପୋଲିସକୁ ବାରମ୍ବାର ରାସ୍ତା ଉପରେ ଛିଡ଼ା ହୋଇ ଗାଡି ଯାଞ୍ଚ କରିବାକୁ ପଡ଼ିବନି। ଗାଡ଼ି ଗୁଡ଼ିକର ଫଟୋ ଉଠାଇବା ମଧ୍ୟ ଆବଶ୍ୟକ ପଡ଼ିବନି। ବିନା ପୋଲିସ ହସ୍ତକ୍ଷେପରେ ଟ୍ରାଫିକ ନିୟମ ଉଲଙ୍ଘନକାରୀ ଓ ଅବୈଧ ଗାଡ଼ିଗୁଡ଼ିକର ଜରିମାନା କଟିବ। ଏଥିପାଇଁ କଟକର ବିଭିନ୍ନ ଟ୍ରାଫିକ ଛକରେ ଉଚ୍ଚ କ୍ଷମତା ସମ୍ପନ୍ନ ଏଆଇ କ୍ୟାମେରା ଲାଗିବା ଆରମ୍ଭ ହୋଇଛି।

ବାଦାମବାଡ଼ି, ବଜ୍ରକବାଟି ଛକ, ବେଲ୍ ଭ୍ୟୁ ଛକରେ ଏଭଳି କ୍ୟାମେରାର ଟ୍ରାଏଲ ଆରମ୍ଭ ହୋଇଥିବା ଡିସିପି ସୂଚନା ଦେଇଛନ୍ତି। ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା, ପୂର୍ବପରି ସାମ୍ବାଦିକଙ୍କୁ ମିଳିବ ସୁବିଧା ଡିସିପି ଆହୁରି କହିଛନ୍ତି ଟ୍ରାଫିକ ଉଲଙ୍ଘନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏବେ ପୋଲିସକୁ ପ୍ରତ୍ୟକ୍ଷ ଭାବେ ନିୟୋଜିତ ହେବାକୁ ପଡୁଛି। ବେଳେ ବେଳେ ଏହା ପୋଲିସ୍ ଓ ପବ୍ଲିକ ମଧ୍ୟରେ ଗଣ୍ଡଗୋଳର କାରଣ ପାଲଟୁଛି। ଏଭଳି ଏଆଇ କ୍ୟାମେରା ପୋଲିସର କାମକୁ ମଧ୍ୟ ହାଲୁକା କରିବ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7