Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

UPI ପେମେଣ୍ଟ୍ ଉପରେ ଲାଗିବ ଚାର୍ଜ୍ ! ସରକାର ଆଣିବେ ନୂଆ ନିୟମ

NEWS7 3 days ago
 ନୂଆଦିଲ୍ଲୀ,୦୫/୦୮: ଡିଜିଟାଲ ପେମେଣ୍ଟସ ସମ୍ପର୍କିତ ଆଇନରେ ସଂଶୋଧନ କରିବା ନେଇ ଅର୍ଥ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ଏହାଦ୍ୱାରା ଭବିଷ୍ୟତରେ ୟୁପିଆଇ ପେମେଣ୍ଟସ ଉପରେ ଏମଡିଆର୍ ବା ମର୍ଜାଣ୍ଟ ଡିସକାଉଣ୍ଟ ରେଟ୍ ପୁଣି ଥରେ ଲାଗୁ କରାଯାଇପାରିବ । ପେମେଣ୍ଟସ ଏବଂ ସେଟଲମେଣ୍ଟ ସିଷ୍ଟମ ଆକ୍ଟ ୨୦୦୭ର ଧାରା ୧୦ଏ କୁ ହଟାଇବା ଲାଗି ଏଥିରେ ସଂଶୋଧନ ପ୍ରସ୍ତାବ ଅଣାଯାଇଛି।
ମନି କଣ୍ଟ୍ରୋଲ ରିପୋର୍ଟ ମୁତାବକ,ବର୍ତ୍ତମାନ ଏହି ଧାରା ବ୍ୟାଙ୍କ ଏବଂ ପେମେଣ୍ଟସ କମ୍ପାନି ଗୁଡିକୁ ୟୁପିଆଇ ଏବଂ ଅନ୍ୟ ଡିଜିଗଲ ପେମେଣ୍ଟ ମୋଡରେ କୌଣସି ଶୁକ୍ଳ କିମ୍ବା ଚାର୍ଜ ଆଦାୟ କରିବାକୁ ରୋକିଥାଏ। ଏହି ନିୟମ ପରିବର୍ତ୍ତନ ପରେ ଟିକସ କିମ୍ବା ଚାର୍ଜ ଲାଗୁ କରିବା ନେଇ ସରକାରଙ୍କୁ ଅଧିକାର ମିଳିବ। ଡିଜିଟାଲ ପେମେଣ୍ଟ ମାଗଣା କିମ୍ବା ଏହା ଉପରେ ଶୁଳ୍କ ଲାଗୁ ହେବ ସେ ନେଇ ସରକାର ସହଜରେ ନିଷ୍ପରି ନେଇପାରିବେ। ବର୍ତମାନର ସଂଶୋଧନ ଦ୍ଵାରା ୟୁପିଆଇ ନେଣଦେଣରେ ତ୍ବରିତ ଚାର୍ଜ ଲାଗୁ ହେବନି ।

ଭବିଷ୍ୟତର ନୀତିଗତ ପଦକ୍ଷେପ ଲାଗି ଏହା ସରକାରଙ୍କୁ ସୁବିଧା ପ୍ରଦାନ କରିବ । ଆଇନରେ ପରିବର୍ତ୍ତନ ପରେ ସରକାର ଯେବେ ଚାହିଁବେ ବିଜ୍ଞପ୍ତି ଜାରି କରି ଡିଜିଟାଲ ପେମେଣ୍ଟ ଚାର୍ଜ ନିର୍ଦ୍ଧାରଣ କରିପାରିବେ। ପାକିସ୍ତାନରେ କିଛି ବଡ଼ ହେବାକୁ ଯାଉଛି : ହଟିବେ ଶେହଓ୍ୱାଜ୍, ପୁଣି ଫେରିବ ସେନା ଶାସନ ! ଏମଡିଆର ହେଉଛି ଏକ ପ୍ରକାରର ଦେୟ ଯାହା ବ୍ୟବସାୟୀମାନେ ଡିଜିଟାଲ ନେଣଦେଣ ପ୍ରୋସେସ୍ କରିବା ଲାଗି ବ୍ୟାଙ୍କ ଏବଂ ଫୋନପେ,ଗୁଗଲପେ ଏବଂ ପେଟିଏମ୍ ଭଳି ପେମେଣ୍ଟ ସେବା ଯୋଗାଣକାରୀଙ୍କୁ ପ୍ରଦାନ କରିଥାନ୍ତି।

ଯଦି ଭବିଷ୍ୟତରେ ୟୁପିଆଇ ଉପରେ ପୁଣି ଏମଡିଆର୍ ଲାଗୁ ହୁଏ ତେବେ ଏହାର ପ୍ରଭାବ ବ୍ୟବସାୟୀ ଏବଂ ପେମେଣ୍ଟ ଇକୋସିଷ୍ଟମ ଉପରେ ପଡିବ। ସାଧାରଣ ନାଗରିକମାନେ ଦୈନଦିନ ଜୀବନରେ ବିଭିନ୍ନ କ୍ରୟ ଲାଗି ଯେଉଁ ୟୁପିଆଇ ପେମେଣ୍ଟ କରୁଛନ୍ତି,ତାହା ଉପରେ ସିଧାସଳଖ ଚାର୍ଜ ଲାଗୁ ହେବନି। ସରକାର ଜାନୁଆରି ୨୦୨୦ରେ ୟୁପିଆଇ ଏବଂ ରୂପେ ଡେବିଟ କାର୍ଡ ନେଣଦେଣ କ୍ଷେତ୍ରରେ ଏମଡିଆରକୁ ହଟାଇ ଦେଇଥିଲେ। ଡିଜିଟାଲ ପେମେଣ୍ଟସକୁ ପ୍ରୋତ୍ସାହନ ଦେବା ଏବଂ କ୍ୟାଶଲେସ ଇକୋନୋମିକୁ ଦୃଢ଼ କରିବା ଲାଗି ଏଭଳି କରାଯାଇଥିଲା।

ଏହା ପରେ ୟୁପିଆଇ ପେମେଣ୍ଟ ବ୍ୟାପକ ହୋଇଥିଲା। ତେବେ ୟୁପିଆଇ ଇକୋସିଷ୍ଟମକୁ ବିନା କୌଣସି ଆୟରେ ଦୀର୍ଘ ସମୟ ଲାଗି ଚଳାଇବା ଆର୍ଥିକ ଦୃଷ୍ଟିକୋଣରୁ ଆହ୍ଵାନ ପାଲଟିଛି। ନିକଟରେ ଏହି ପ୍ରସଙ୍ଗକୁ ନେଇ ସଂସଦୀୟ କମିଟି ଚିନ୍ତା ପ୍ରକଟ କରିଥିଲା। ଶୂନ ଏମଡିଆର୍ ନୀତି ଯୋଗୁ ପେମେଣ୍ଟ ଶିଳ୍ପ ଏବଂ ବ୍ୟାଙ୍କ ଗୁଡିକୁ କ୍ଷତି ହେଉଥିବା ସଂସଦୀୟ କମିଟି କହିଛି।

ଏହାର ଭରଣା ଲାଗି ଏକ ସ୍ଥାୟୀ ରାଜସ୍ବ ମଡେଲ ଆଣିବା ଉପରେ କମିଟି ଗୁରୁତ୍ୱାରୋପ କରିଛି। ସରକାର ୨୦୨୬-୨୭ ଆର୍ଥକ ବର୍ଷ ଲାଗି ରୁପେ ଡେବିଟ କାର୍ଡ ଏବଂ କମ୍ ମୂଲ୍ୟର ଭୀମ-ୟୁପିଆଇ ମର୍ଚ୍ଚାଣ୍ଟ ନେଣଦେଣକୁ ସହାୟତା କରିବା ଲାଗି ୨ ହଜାର କୋଟିର ଅନୁଦାନ ପ୍ରଦାନ କରିଥିଲେ। ଏହି ପ୍ରୋତ୍ସାହନ ସ୍କିମ ୨୦୨୧-୨୨ରୁ ଆରମ୍ଭ କରାଯାଇଥିଲା। ସଂସଦୀୟ କମିଟି ଏହା ମଧ୍ୟ କହିଛି ଯେ,ଏହି ସହାୟତା ରାଶି ପେମେଣ୍ଟସ ଶିଳ୍ପ ଖର୍ଚ୍ଚର ମାତ୍ର କିଞ୍ଚିତ ଅଂଶକୁ ଭରଣା କରିପାରୁଛି।

ବିଶେଷ କରି ୨ଟି ଦିଗ ଉପରେ ସନ୍ତୁଳନ ବନାଇ ରଖିବା ଏହାର ଲକ୍ଷ୍ୟ। ସାଧାରଣ ଲୋକଙ୍କ ପାଇଁ ସହଜ ଡିଜିଟାଲ ପେମେଣ୍ଟସ ବ୍ୟବସ୍ଥା କରିବା ଏବଂ ଅନ୍ୟପଟେ ୟୁପିଆଇ ଇକୋସିଷ୍ଟମ( ବ୍ୟାଙ୍କ,ଫିନଟେକ କମ୍ପାନି)କୁ ଆର୍ଥକ ଦୃଷ୍ଟିକୋଣରୁ ମଜବୁତ ଏବଂ ସ୍ଥିତାବସ୍ଥା ବଳାୟ ରଖିବା । ପ୍ରସ୍ତାବିତ ସଂଶୋଧନ ପାସ୍ ହେଲା ପରେ ସରକାର ସ୍ଥିତିର ସମୀକ୍ଷା କରିବେ। ବଡ ମର୍ଚାଣ୍ଟ କିମ୍ବା ଉଚ୍ଚ ମୂଲ୍ୟର ନେଣଦେଣ ଲାଗି କିଛି ମାତ୍ରାରେ ଏମଡିଆର୍ ଲାଗୁ ହୋଇପାରେ। ଛୋଟ ଦୋକାନୀ ଏବଂ ସାଧାରଣ ଖାଉଟିଙ୍କ ପେମେଣ୍ଟ ସମ୍ପୂର୍ଣ୍ଣ ମାଗଣା ରହିବା ନେଇ ଆଶା କରାଯାଉଛି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7