Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

US Green Card: ଗ୍ରୀନ୍ କାର୍ଡ ଆବେଦନକାରୀଙ୍କୁ ବଡ଼ ଆଶ୍ଵାସନା, ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ ଆମେରିକା ଛାଡ଼ିବାକୁ ପଡ଼ିବ ନାହିଁ

NEWS7 1 week ago
 ୱାଶିଂଟନ: ଆମେରିକାରେ ସ୍ଥାୟୀ ବାସିନ୍ଦା ବା ଗ୍ରୀନ୍ କାର୍ଡ ପାଇଁ ଆବେଦନ କରିଥିବା ବିଦେଶୀ ନାଗରିକ, ବିଶେଷ କରି ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଶ୍ଵାସନାଜନକ ଖବର ଆସିଛି। ଆମେରିକାର ସୁରକ୍ଷା ବିଭାଗ 'ଡିପାର୍ଟମେଣ୍ଟ ଅଫ୍ ହୋମଲ୍ୟାଣ୍ଡ ସିକ୍ୟୁରିଟି' (DHS) ସ୍ପଷ୍ଟ କରିଛି ଯେ, ଗ୍ରୀନ୍ କାର୍ଡ ଆବେଦନର ସମୀକ୍ଷା ଚାଲିଥିବା ସମୟରେ ଅଧିକାଂଶ ଆବେଦନକାରୀଙ୍କୁ ଆମେରିକା ଛାଡ଼ି ନିଜ ଦେଶକୁ ଫେରିବାକୁ ପଡ଼ିବ ନାହିଁ।
ୟୁଏସ୍ ସିଟିଜେନସିପ୍ ଆଣ୍ଡ ଇମିଗ୍ରେସନ ସର୍ଭିସେସ୍ (USCIS) ର ଏକ ପୂର୍ବ ନିର୍ଦ୍ଦେଶନାମାକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଓ ଦ୍ୱନ୍ଦ୍ୱକୁ ଦୂର କରି DHS ଏହି ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛି। କାହିଁକି ସୃଷ୍ଟି ହୋଇଥିଲା ଆତଙ୍କ? ଗତ ସପ୍ତାହରେ (୨୧ ମେ') USCIS ର ମୁଖପାତ୍ର ଜାକ୍ କାହଲର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଇମିଗ୍ରେସନ ଚଢ଼ାଉ ର ଅଂଶବିଶେଷ ସ୍ୱରୂପ ଏକ ବୟାନ ଦେଇଥିଲେ। ସେ କହିଥିଲେ ଯେ, ଯେଉଁମାନେ ଅସ୍ଥାୟୀ ଭାବେ ଆମେରିକାରେ ଅଛନ୍ତି ଏବଂ ଗ୍ରୀନ୍ କାର୍ଡ ଚାହୁଁଛନ୍ତି, ସେମାନଙ୍କୁ ଆବେଦନ ପ୍ରକ୍ରିୟା ସମୟରେ ନିଜ ଦେଶକୁ ଫେରିବାକୁ ହେବ।

କେବଳ ଅସାଧାରଣ ପରିସ୍ଥିତିକୁ ଛାଡ଼ି ଅନ୍ୟ ସମସ୍ତଙ୍କ ପାଇଁ ଏହା ଲାଗୁ ହେବ। ଏହି ନିର୍ଦ୍ଦେଶ ପରେ ଆମେରିକାରେ ଥିବା ପ୍ରବାସୀ, ନିଯୁକ୍ତିଦାତା ଓ ଓକିଲମାନଙ୍କ ମଧ୍ୟରେ ତୀବ୍ର ଆତଙ୍କ ସୃଷ୍ଟି ହୋଇଥିଲା। ୨୦୨୪ ମସିହାରେ ପ୍ରାୟ ୧.୪ ମିଲିୟନ ଗ୍ରୀନ୍ କାର୍ଡ ଜାରି କରାଯାଇଥିଲା, ଯେଉଁଥିରେ 'ଏଡଜଷ୍ଟମେଣ୍ଟ ଅଫ୍ ଷ୍ଟାଟସ' (Adjustment of Status) ମାଧ୍ୟମରେ ଆମେରିକା ଭିତରେ ରହି ଆବେଦନ କରିଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ ଥିଲା। ନିୟମରେ କୌଣସି ବଡ଼ ପରିବର୍ତ୍ତନ ହୋଇ ନାହିଁ: DHS 'ଦି ନ୍ୟୁୟର୍କ ଟାଇମ୍ସ'ର ଏକ ରିପୋର୍ଟ ଅନୁଯାୟୀ, DHS ଏବେ କହିଛି ଯେ ପୂର୍ବ ନିୟମରେ କୌଣସି ବ୍ୟାପକ ପରିବର୍ତ୍ତନ କରାଯାଇ ନାହିଁ।

ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଯୋଗ୍ୟ ପ୍ରବାସୀମାନେ ଆମେରିକାରେ ରହି 'ଏଡଜଷ୍ଟମେଣ୍ଟ ଅଫ୍ ଷ୍ଟାଟସ' ପାଇଁ ଆବେଦନ କରିପାରିବେ। ଇମିଗ୍ରେସନ ଅଧିକାରୀମାନେ ପୂର୍ବଭଳି ପ୍ରତ୍ୟେକ ମାମଲାର ଯାଞ୍ଚ କରି ନିଷ୍ପତ୍ତି ନେବେ ଯେ କେଉଁ ଆବେଦନକାରୀଙ୍କୁ ଆମେରିକା ବାହାରୁ ପ୍ରକ୍ରିୟା ଶେଷ କରିବାକୁ ପଡ଼ିବ। ଅପରେସନ ୨.୦ ହେଲେ ପୂରା ପ୍ରସ୍ତୁତ ୩ ସେନା, ପାକିସ୍ତାନକୁ ଚେତାବନୀ ଦେଲେ ସେନା ମୁଖ୍ୟ ଏହାସହିତ, ଯେଉଁମାନେ ଆମେରିକାକୁ "ଅର୍ଥନୈତିକ ସୁଫଳ ପ୍ରଦାନ କରୁଛନ୍ତି କିମ୍ବା ଜାତୀୟ ସ୍ୱାର୍ଥ ରକ୍ଷା କରୁଛନ୍ତି", ସେମାନଙ୍କୁ ପ୍ରକ୍ରିୟାକରଣ ସମୟରେ ଆମେରିକାରେ ରହିବାକୁ ଅନୁମତି ଦିଆଯିବ ବୋଲି USCIS ମୁଖପାତ୍ର ମଧ୍ୟ ସ୍ପଷ୍ଟ କରିଛନ୍ତି। ଭାରତୀୟ H-1B ଭିସାଧାରୀଙ୍କୁ ମିଳିବ ସୁରକ୍ଷା USCIS ର ଏହି ନୂଆ ଆଭିମୁଖ୍ୟ ଯୋଗୁ ସବୁଠାରୁ ଅଧିକ ଚିନ୍ତାରେ ଥିଲେ F-1 ଷ୍ଟୁଡେଣ୍ଟ ଭିସା, ଟୁରିଷ୍ଟ ଭିସା ଏବଂ H-1B ଭିସା ରଖିଥିବା ଲୋକେ।

ଆମେରିକାରେ ମୋଟ H-1B ଭିସାଧାରୀଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ହେଉଛନ୍ତି ଭାରତୀୟ। ତେବେ ସ୍ପଷ୍ଟୀକରଣ ଅନୁଯାୟୀ, H-1B କର୍ମଚାରୀମାନଙ୍କୁ ଏହି କଡ଼ା ନିୟମରୁ ବଡ଼ ସୁରକ୍ଷା ମିଳିବ। କାରଣ H-1B କାର୍ଯ୍ୟକ୍ରମ 'ଡୁଆଲ୍ ଇଣ୍ଟେଣ୍ଟ' (Dual Intent) ନୀତି ଅଧୀନରେ କାର୍ଯ୍ୟ କରେ। ଏହି ନୀତି ଅନୁସାରେ ଜଣେ ଭିସାଧାରୀ ଅସ୍ଥାୟୀ ଭାବେ ଆମେରିକାରେ କାମ କରିବା ସହ ସେହି ସମୟ ମଧ୍ୟରେ ସ୍ଥାୟୀ ବାସିନ୍ଦା ବା ଗ୍ରୀନ୍ କାର୍ଡ ପାଇଁ ମଧ୍ୟ ଆବେଦନ କରିପାରିବେ। DHS ର ଏହି ସଦ୍ୟତମ ନରମ ଆଭିମୁଖ୍ୟ ଆମେରିକାରେ ରହୁଥିବା ଲକ୍ଷ ଲକ୍ଷ ଭାରତୀୟ ଏବଂ ବିଦେଶୀ ଶ୍ରମିକଙ୍କୁ ଏକ ବଡ଼ ଦ୍ୱନ୍ଦ୍ୱ ଓ ସଂକଟରୁ ମୁକ୍ତ କରିଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7