Dailyhunt

Vijay Thalapathy: ଗଣତି ବେଳେ ତାମିଲନାଡୁରେ ବଡ ହଲଚଲ,TVK ସୁପ୍ରିମୋଙ୍କ ଘରେ ପୋଲିସ୍ ଛାଉଣୀ

NEWS7 1 week ago
 ନୂଆଦିଲ୍ଲୀ ୦୪।୦୫; ତାମିଲନାଡୁ ରାଜନୀତିରେ ନୂଆ ମୋଡ଼। ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରିଦେଲେ ବିଜୟ। ବଡ଼ ବିଜୟ ଆଡ଼କୁ ମାଡୁଛନ୍ତି ବିଜୟଙ୍କ ଦଳ TVK। ପ୍ରାରମ୍ଭିକ ଟ୍ରେଣ୍ଡରେ ଟିଭିକେର ହୋଇଛି ବ୍ଲକବଷ୍ଟର୍ ଏଣ୍ଟ୍ରି। ୧୦୦ ଅଙ୍କ ଅତିକ୍ରମ କଲାଣି ଟିଭିକେ। ଏବେ ୧୦୮ ଆସନରେ ଆଗୁଆ ରହିଛି ବିଜୟଙ୍କ ପାର୍ଟି। ଚେନ୍ନାଇର ପାନାୟୁର ସ୍ଥିତ ନୀଳଙ୍କରାଇ ବାସଭବନରେ ଅତ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବହୁ ସଂଖ୍ୟକ ପୋଲିସ୍ ଅଧିକାରୀ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଅଛନ୍ତି। ଏହି ଅଞ୍ଚଳରେ ଅବାଧ ପ୍ରବେଶକୁ ନିୟନ୍ତ୍ରଣ କରୁଛନ୍ତି। ବର୍ତ୍ତମାନ ଗଣତି ଚାଲିଥିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିପାରେ। ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ୍ ମୁତୟନ କରାଯାଇଛି।

ସିନେ ସୁପରଷ୍ଟାର ବିଜୟ ଏବେ ରାଜନୀତି ମଇଦାନରେ ବି ସୁପରହିଟ୍ ହିରୋ ସାଜିଛନ୍ତି। ବିଜୟ ପ୍ରଥମ ଥର ପାଇଁ ତ୍ରିଚି ପୂର୍ବ ଏବଂ ପେରାମ୍ବୁର ଭଳି ଦୁଇଟି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଦଳ ପୁଡୁଚେରୀରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଯେଉଁଠାରେ ଏହା ବର୍ତ୍ତମାନ ବିଜେପି ମେଣ୍ଟଠାରୁ ପଛରେ ଅଛି।

କିନ୍ତୁ ଦ୍ରାବିଡ଼ ରାଜନୀତିର ଦୁଇ ବଡ଼ ଦଳକୁ ପଛରେ ପକାଇ TVK ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି। ଏହାକୁ ନେଇ ବିଜୟଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସେପଟେ ଚେନ୍ନାଇ ସ୍ଥିତ ବିଜୟଙ୍କ ଘରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। Trisha And Vijay: ନିର୍ବାଚନ ରେଜଲ୍ଟ ଆସିବା ପୂର୍ବରୁ ତିରୁପତି ମନ୍ଦିରରେ ପହଞ୍ଚିଲେ ତ୍ରିଶା, ବିଜୟଙ୍କ ପାଇଁ କଲେ ପ୍ରାର୍ଥନା !
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7